Latest Odisha News

BREAKING NEWS

ଜେଇଇ ଆଡ଼ଭାନ୍ସଡ ୨୦୧୮ ଫଳାଫଳ ପ୍ରକାଶ ପାଇଲା

ଭୁବନେଶ୍ୱର : ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ ୨୦୧୮ (ଜେଇଇ) ଫଳାଫଳ ଘୋଷିତ ହୋଇଛି । ରୁରକି ଜୋନର ପ୍ରଣବ ଗୋୟଲ ସମଗ୍ର ଦେଶରେ ୧ମ ସ୍ଥାନ ହାସଲ କରିଥିବା ବେଳେ ଝିଅମାନଙ୍କ ମଧ୍ୟରେ ଦିଲ୍ଲୀ ଜୋନର ମିନାଲ ପାରେଖ ୬ଷ୍ଠ ସ୍ଥାନରେ ରହି ଆଗରେ ରହିଛନ୍ତି ।

ଓଡ଼ିଶାର ସାର୍ଥକ ବେହେରା ୮୨ତମ ସ୍ଥାନ ହାସଲ କରିପାରି ଓଡିଆଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ।

ଏହି ଜେଇଇ ଆଡ଼ଭାନ୍ସଡ ୨୦୧୮ ପରୀକ୍ଷା ଆଇଆଇଟି କାନପୁର ଦ୍ୱାରା ଗତ ମେ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଯେଉଁ ପରିକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବାକୁ ଚାହୁଁଛନ୍ତି ତେବେ ସେମାନେ www.jeeadv.ac.in ଲଗଅନ୍ କରି ଫଳାଫଳ ଦେଖିପାରିବେ ।

ସମୁଦାୟ ୧୫୫୧୫୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮ ହଜାର ୧୩୮ ଜଣ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହେବାକୁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି ।

ସେହିପରି ଓଡ଼ିଶାରେ କଟକ, ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରର ପରୀକ୍ଷାକେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ ।

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ପ୍ରଥମଥର ଲାଗି ପରୀକ୍ଷାର୍ଥୀମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.