Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ପୋଲିଂବୁଥରେ ପିସ୍ତଲ ଧରିଥିବା କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ମାମଲା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଏବେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ୧ମ ପ୍ରର୍ଯ୍ୟାୟ ଭୋଟଗ୍ରହଣ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମପର୍ଯ୍ୟାୟ ନିର୍ବାଚନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସେପରି କିଛି ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ, ମାତ୍ର ଡ଼ାଲଟନଗଞ୍ଜ ଆସନର ଏକ ପୋଲିଂବୁଥରେ କଂଗ୍ରେସ ପ୍ରାର୍ଥୀଙ୍କ ଆତଙ୍କରାଜକୁ ନେଇ ଏବେ ସମଗ୍ର ଝାଡ଼ଖଣ୍ଡରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ପୋଲିଂବୁଥରେ ପିସ୍ତଲ ଧରିଥିବା ପ୍ରସଙ୍ଗରେ ଅଭିଯୁକ୍ତ କଂଗ୍ରେସ ପ୍ରାର୍ଥୀ କେଏନ ତ୍ରିପାଠୀଙ୍କ ବିରୋଧରେ ୩ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଡ଼ାଲଟନଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀ ଚେନପୁର ଅନ୍ତର୍ଗତ କୋଶୀୟାରା ଗ୍ରାମରେ ଥିବା ୭୨ ଓ ୭୩ ନଂ ପୋଲିଂବୁଥରେ କଂଗ୍ରେସ ପ୍ରାର୍ଥୀ କେଏନ ତ୍ରିପାଠୀ ଏକ ପିସ୍ତଲ ଧରି ବୁଥ ମଧ୍ୟକୁ ପ୍ରବେଶ କରିବାକୁ ପ୍ରଚେଷ୍ଟା କରିଥିଲେ । ସେହି ସମୟରେ ବିଜେପି ସମର୍ଥକମାନେ ଏହାକୁ ବିରୋଧ କରିବାକୁ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେଠାରେ ଉପସ୍ଥିତ ରହିଥିବା ପୋଲିସ ହସ୍ତକ୍ଷେପ କରିବା ପରେ ଉତ୍ତେଜନା ହ୍ରାସ ପାଇ ଭୋଟଦାନ ସ୍ୱାଭାବିକ ଭାବେ ପୁନର୍ବାର ଚାଲିଥିଲା ।

ପୂର୍ବତନ ମନ୍ତ୍ରୀ ତଥା ଡ଼ାଲଟନଗଞ୍ଜ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା କେଏନ ତ୍ରିପାଠୀ ବୁଥ ନଂ ୭୨ ଏବଂ ବୁଥ ନଂ ୭୩ ମଧ୍ୟରେ ବ୍ୟବଧାନ ରଖିବାକୁ ପୂର୍ବରୁ ଅନୁରୋଧ କରିଆସିଥିଲେ । ଏହାକୁ ନେଇ ସେ ସେଦିନ ବୁଥ ମଧ୍ୟକୁ ଯାଇଥିଲେ ବୋଲି ଶ୍ରୀ ତ୍ରୀପାଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସବୁଠାରୁ ବଡ଼କଥା ହେଲା ଶ୍ରୀ ତ୍ରିପାଠୀ ବୁଥ ବାହାରେ ଏକ ପିସ୍ତଲ ଧରି କିଛି କହୁଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ଶନିବାର ଦିନ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା ।

ଏସମ୍ପର୍କରେ ଚୈନପୁର ଥାନାର ଭାରପ୍ରାପ୍ତ ଅଧିକାରୀ ସୁନୀଲ୍ କୁମାର କହିଛନ୍ତି ଯେ, ଶ୍ରୀ ତ୍ରିପାଠୀଙ୍କ ନାମରେ ଭିନ୍ନ ଭିନ୍ନ ପ୍ରକାରର ୩ଟି ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.