Latest Odisha News

BREAKING NEWS

ବିବାହ ପାଇଁ ମନା କରିବାରୁ ବାପ-ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ: ଶନିବାର ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ସମସ୍ତଙ୍କୁ ଚକିତ କରିଦେବା ଭଳି ଘଟଣା ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବ ଗଡିଆ ଛକରେ ପାଗଳ ପ୍ରେମିକ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଗୁରୁତର ଅବସ୍ଥାରେ ବାପ ଝିଅ ଦୁହେଁ ବର୍ତ୍ତମାନ କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶନିବାର ଦିନ ରବୀନ୍ଦ୍ର ସାହୁ ଓ ତାଙ୍କ ଝିଅ ଡାକ୍ତର ଦେଖାଇବା ନିମନ୍ତେ କଟକ ଯାଇଥିଲେ ।

ଏହାପରେ, କଟକରୁ ଟ୍ରେନ ଯୋଗେ କେନ୍ଦୁଆପଦା ରେଳ ଷ୍ଟେସନରେ ଓଲ୍ହାଇ ଏକ ସ୍କୁଟି ଯୋଗେ ବାପ ଝିଅ ଘରକୁ ଫେରୁଥିଲେ । ପ୍ରାୟ ରାତି ୧୦ଟା ସମୟରେ ଡାଳିମ୍ବ ଗଢିଆ ଛକ ନିକଟରେ ଯୁବକ ଜଣଙ୍କ, ଉଭୟଙ୍କ ଉପରେ ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ବାପ-ଝିଅଙ୍କୁ ଉଦ୍ଧାର କରି ଦୁଇଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ଆକ୍ରମଣ କରିଥିବା ଅଭିଯୁକ୍ତ ଜଣଙ୍କ ଉକ୍ତ ଗ୍ରାମର ରବୀନ୍ଦ୍ର(ରାଜା) ବୋଲି ଜଣାପଡିଛି । “ରାଜା ମୋ ଝିଅକୁ ବିବାହ କରିବାକୁ ଚାହୁଁଥିଲା କିନ୍ତୁ ମୋ ଝିଅ ଓ ପରିବାର ଲୋକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହି ରାଗରେ ସେ ଏହି କାଣ୍ଡ କରିଥିବା ଝିଅର ବାପା କହିଛନ୍ତି ।

ପୋଲିସ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

Leave A Reply

Your email address will not be published.