Latest Odisha News

BREAKING NEWS

ଟ୍ୱିନସିଟିରେ ଅନଲାଇନରେ ଗ୍ରୋସରୀ ଦେବ ଜିଓମାର୍ଟ

ମୁମ୍ବାଇ: ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କଟକ ଓ ଭୁବନେଶ୍ୱର ବାସିନ୍ଦା ଘରେ ବସି ଅନଲାଇନରେ ଅର୍ଡର କରି ମଗାଇପାରିବେ ଗ୍ରୋସରୀ ସାମଗ୍ରୀ । ତାପୁଣି ଏମଆରପି ଠାରୁ ପାଞ୍ଚ ପ୍ରତିଶତ କମ୍ ଦରରେ । ତେବେ କ୍ୟାସ୍ ଅନ ଡେଲିଭରୀ ନୁହଁ କେବଳ ପ୍ରିପେଡ୍ ପେମେଣ୍ଟ ମୋଡରେ ମିଳିବ ଏହି ସୁବିଧା । ଜିଓ ମାର୍ଟ ପକ୍ଷରୁ ଗ୍ରାହକଙ୍କୁ ଏଭଳି ସୁବିଧା ଯୋଗାଇ ଦିଆଯାଉଛି ।

ନଭି ମୁମ୍ୱାଇ, ଥାନେ ଓ କଲ୍ୟାଣରେ ସଫଳତା ହାସଲ ପରେ ଦେଶର ଦୁଇଶହ ସହରକୁ ଅନଲାଇନରେ ଗ୍ରୋସରୀ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି ଜିଓମାର୍ଟ । ଗ୍ରାହକମାନେ ଜିଓମାର୍ଟ ଡଟ୍ କମ୍(jiomart.com) ରେ ନିଜ ନିଜ ଅଞ୍ଚଳର ପିନ କୋଡ୍ ପ୍ରଦାନ କରି ତାଙ୍କ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେଉଛି କି ନାହିଁ ଜାଣିପାରିବେ ।

ଅନ୍ୟପଟେ ଖୁବଶୀଘ୍ର କମ୍ପାନୀ ପକ୍ଷରୁ ମୋବାଇଲ୍ ଆପ୍ଲିକେସନ ମଧ୍ୟ ଲଞ୍ଚ ହେବ ବୋଲି ଜଣାପଡ଼ିଛି । ଏହାଛଡ଼ା +୯୧-୮୮୫୦୦୦୮୦୦୦ ହ୍ୱାଟ୍ସଆପ ଅନମ୍ୱର ମାଧ୍ୟମରେ ମଧ୍ୟ ଅର୍ଡର କରିପାରିବେ ଗ୍ରାହକ ।

Leave A Reply

Your email address will not be published.