Latest Odisha News

BREAKING NEWS

ସୁନିଲ ଯୋଶୀ ହେଲେ ନୂଆ ଚିଫ୍ ସିଲେକ୍ଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କୁ ନୂଆ ଚିଫ୍ ସିଲେକ୍ଟର ଭାବରେ ବିସିସିଆଇ ମନୋନୀତ କରିଛି । ଏମଏସକେ ପ୍ରସାଦ ଓ ତାଙ୍କ ସାଥୀ ଗଗନ ଖୋଡାଙ୍କ ସ୍ଥାନରେ ସୁନିଲ ଯୋଶୀ ଏହି ଦାୟିତ୍ୱ ତୁଲାଇବେ । ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ, ଆରପି ସିଂ ଓ ସୁଲକ୍ଷଣା ନାଏକ କ୍ରିକେଟ୍ ପରାମର୍ଶଦାତା ସମିତି(ସିଏସି)ରେ ଏମଏସକେ ପ୍ରସାଦଙ୍କ ସ୍ଥାନ​‌ରେ ଯୋଶୀଙ୍କୁ ନୂଆ ଚିଫ୍ ସିଲେକ୍ଟର ଭାବରେ ଚୟନ କରିଛନ୍ତି ।

ସିଏସି ଅନ୍ୟ ସିଲେକ୍ଟର ପଦ ପାଇଁ ଗଗନ ଖୋଡାଙ୍କ ସ୍ଥାନରେ ପୂର୍ବତନ ଦ୍ରୁତ ବୋଲର ହରବିନ୍ଦର ସିଂଙ୍କୁ ଚୟନ କରିଛନ୍ତି । ସୁନିଲ ଯୋଶୀ ୧୫ ଟେଷ୍ଟରେ ୪୧, ୬୯ଟି ଏକଦିବସୀୟରେ ୬୯ ଓ୍ବିକେଟ ନୋଇଥିଲେ। କର୍ଣ୍ଣାଟକର ଏହି ବରିଷ୍ଠ ଖେଳାଳି ପ୍ରଥମ ଶ୍ରେଣୀରେ  ୬୧୫ ଓ୍ବିକେଟ୍ ନେଇଥିଲେ। ହରବିନ୍ଦର ସିଂ ୩ଟି ଟେଷ୍ଟ ଓ ୧୬ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ସିଏସି ରାଷ୍ଟ୍ରୀୟ ଚୟନ ପ୍ୟାନେଲର ଅଧ୍ୟକ୍ଷ ଭାବରେ ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କ ନାମର ସୁପାରିଶ କରିଛି ।

Leave A Reply

Your email address will not be published.