Latest Odisha News

BREAKING NEWS

ଜେଏସଡବ୍ଲ୍ୟୁ କାରଖାନା ଲାଗି ଜଗତସିଂହପୁରରେ ଜନଶୁଣାଣି ଆରମ୍ଭ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ କାରଖାନା ପାଇଁ ଆରମ୍ଭ ହୋଇଛି ଜନଶୁଣାଣି।

ଏହି କାରଖାନା ନୂଆଗାଁ, ଗୋବିନ୍ଦପୁର, ଢିଙ୍କିଆ, ଓ ଗଡକୁଜଙ୍ଗ ପଞ୍ଚାୟତ ଅଞ୍ଚଳରେ ପ୍ରତିଷ୍ଠା ହେବାନେଇ ସୂଚନା ମିଳିଛି।

ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ ପକ୍ଷରୁ ୭୨ ହଜାର କୋଟି ଟଙ୍କା ବ୍ୟୟରେ ୧୩.୨ ମିଲିୟନ ମେଟ୍ରିକ ଟନ୍ ର ଷ୍ଟିଲ ପ୍ଳାଣ୍ଟ, ୧୦ ମିଲିୟନ ମେଟ୍ରିକ ଟନ୍ ର ସିମେଣ୍ଟ କାରଖାନା, ୯୦୦ ମେଗାୱାଟ ର ବିଦ୍ୟୁତ ପ୍ରକଳ୍ପ, ୫୨ ମିଲିୟନ ମେଟ୍ରିକ ଟନ୍ ର ପଣ୍ୟ ପରିବହନ କରିପାରୁଥିବା ଏକ ବନ୍ଦର ପ୍ରତିଷ୍ଠା କରାଯିବ।

୨୯୫୧ ଏକର ଜମିରେ ନିର୍ମିତ ହେବାକୁଥିବା ଏହି ପ୍ରକଳ୍ପ ରେ ସ୍ବଚ୍ଛ ଓ ସବୁଜିମା ଭରା ଵୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହାଛଡା କାରଖାନାର ବିଭିନ୍ନ ୟୁନିଟରୁ ନିର୍ଗତ ବର୍ଯ୍ୟବସ୍ତୁକୁ ପୂର୍ଣ୍ଣବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଥିବା ମଧ୍ୟ କମ୍ପାନୀ ପ୍ରକାଶ କରିଛି। ଏଥରେ ତିନି ପଞ୍ଚାୟତର ବହୁ ଲୋକ ଯୋଗ ଦେଇଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.