କଲରା କଟ୍‌ଲେଟ୍‌

ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌ । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ: କଲରା-୩ଟି, ବଡ ପିଆଜ-୧ଟା, ବେସନ- ୧ କପ୍‌, ଆବଶ୍ୟକ ମୁତାବକ- ହଳଦି, ଲଙ୍କା, ଲୁଣ, ଜିରା, ଧନିଆ, ଗୋଟେ ଚାମଚ ପିଆଜ, ଅଦା, ରସୁଣ ପେଷ୍ଟ, ଆବଶ୍ୟକ ଅନୁଯାୟୀ ପାଣି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଲରା ଓ ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ସେଥିରେ ଆବଶ୍ୟକ ମୁତାବକ ବେସନ ପକାନ୍ତୁ। ଏହାପରେ ସ୍ୱାଦ ଅନୁଯାୟୀ ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାନ୍ତୁ। ଅଳ୍ପ ଅଳ୍ପ ପାଣି ଦେଇ ସମସ୍ତ ସାମଗ୍ରୀକୁ ଗୋଳାଇ ମୋଟା ଆଣ ଭଳି ପ୍ରସ୍ତୁତ କରି ଦିଅନ୍ତୁ।

ଏହାପରେ ଗ୍ୟାସ ଉପରେ ଏକ ପ୍ୟାନ ବସାଇ ଗରମ କରନ୍ତୁ। ପ୍ୟାନ ଗରମ ହେଲା ପରେ ସେଥିରେ ସୋରିଷ ତେଲ ୩ ରୁ ୪ ଚାମଚ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ କଲରା ଆଣକୁ ଛୋଟ ଛୋଟ ଗୁଳା କରି ଥାପି ଦିଅନ୍ତୁ। ଗ୍ୟାସକୁ ସିମ୍‌ କରି ପ୍ୟାନ୍‌କୁ ଘୋଡାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ତାହା ଶିଝିଯିବ।

ଏହାପରେ ତାହାକୁ ଓଲଟାଇ ଦିଅନ୍ତୁ। ୨ ପାର୍ଶ୍ୱ ଗୋଲଡେନ ବ୍ରାଉନ ହେବା ପରେ ଏହାକୁ ବାହାର କରି ଦିଅନ୍ତୁ। ଏହାପରେ ଗରମାଗରମ ପରସନ୍ତୁ କଲରା କଟ୍‌ଲେଟ୍‌। ବଡ଼ମାନେ ଏହାକୁ ଖାଇବା ସହ ପିଲାମାନେ ମଧ୍ୟ ଆଗ୍ରହ ପ୍ରକାଶ କରି ପାରନ୍ତି।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.