Latest Odisha News

BREAKING NEWS

ଏନକାଉଣ୍ଟରରେ ଗଡ଼ିଲା ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କ ମୁଣ୍ଡ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟର ମାମଲାକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ଅଭିଯାନ ଜୋରଦାର ଚାଲିଥିବା ବେଳେ ତାର ଜଣଙ୍କ ପରେ ଜଣେ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଉଛି । ଆଜି ଗୁଳି ଖାଇଛନ୍ତି ଆଉ ଦୁଇ ସହଯୋଗୀ । ସେମାନେ ହେଲେ ପ୍ରଭାତ ମିଶ୍ରା ଓ ବାହୁଆ ଦୁବେ । ବିକାଶ ଦୁବେର ଘନିଷ୍ଠ ଦୁଇ ସହଯୋଗୀ କାନପୁର କାଣ୍ଡରେ ସାମିଲ ଥିଲେ ।

ପ୍ରଭାତକୁ ଫରିଦାବାଦ ଅଞ୍ଚଳରୁ ଗିରଫ କରି ରିମାଣ୍ଡରେ ଆଣୁଥିଲା ପୋଲିସ । ଏତିକିବେଳେ କାନପୁର ପନକି ଥାନା ଅଞ୍ଚଳରେ ପୋଲିସ ପାଖରୁ ପିସ୍ତଲ ଛଡ଼ାଇ ଖସି ଯିବାକୁ ଚେଷ୍ଚା କରିଥିଲା ପ୍ରଭାତ । ପୋଲିସ ଗାଡ଼ି ପଙ୍କଚର ହୋଇଯାଇଥିବାର ସୁଯୋଗ ନେଇ ସେ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯାଉଥିଲା ।

ବିକାଶ ଦୁବେର ଆଉ ଜଣେ ସହଯୋଗୀ ରଣବୀର ଓରଫ ବାହୁଆ ଶୁକ୍ଳା ବି ପୋଲିସ ଏନକାଉଣ୍ଟରେ ଟଳିଛି । ଗୋଟିଏ କାରରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଇଟାଓ୍ୱାର ସିଭିଲ୍ ଲାଇନ୍ ଥାନା ଅଞ୍ଚଳରେ ତା ଉପରେ ଗୁଳି ଚଳାଇଥିଲା ପୋଲିସ୍ । ତା ପାଖରୁ ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି ।

ଗତକାଲି ବିକାଶ ଦୁବେର ଜଣେ ସହଯୋଗୀ ଅମର ଦୁବେକୁ ଏନକାଉଣ୍ଟର କରାଯାଇଥିଲା । ଏହାରି ଭିତରେ ତିନି ଜଣଙ୍କୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ । ସେପଟେ ପୋଲିସକୁ ସୂଚନା ମିଳିଛି ବିକାଶ ଦୁବେ ଦିଲ୍ଲୀର ନୋଏଡା ଅଞ୍ଚଳରେ ଲୁଚିଛି । ଏନକାଉଣ୍ଟର ଦେଖି ସେ ଛାନିଆ । ଆତ୍ମସମର୍ପଣ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ । ଏଥିପାଇଁ ଦିଲ୍ଲୀ ଏନସିଆରରେ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.