Latest Odisha News

BREAKING NEWS

ବିଧାନସଭାରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ୩ ଜଣ ବିଧାୟକ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ି ବିଧାନସଭା ଚାଲିଥିବା ବେଳେ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଧରାପଡ଼ିଛନ୍ତି ବୋଲି ଏସମ୍ପର୍କରେ ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଶ୍ରୀ ସବାଡ଼ି କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳରେ ଗୋବିନ୍ଦ କାର୍ଜୋଲ ଓ ଅଶ୍ୱଥ ନାରାୟଣଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରାପ୍ପା ତିନି ସପ୍ତାହ ପରେ ତାଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ।

ଶ୍ରୀ ସବାଡ଼ିଙ୍କ ବିରୋଧରେ ଅଶ୍ଳିଳ ଭିଡ଼ିଓ ଦେଖିବା ଏହା ନୂଆ ଅଭିଯୋଗ ନୁହେଁ, ୨୦୧୨ ମସିିହାରେ ଶ୍ରୀ ସବାଡ଼ିଙ୍କ ସହିତ ଅନ୍ୟ ଦୁଇ ଜଣ ବିଜେପି ବିଧାନ ସଭାରେ ଅଶ୍ଳୀଳ ଭିଡ଼ିଓ କ୍ଲିପ୍ ଦେଖୁଥିବାର ଧରାପଡ଼ି ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଧରାପଡ଼ିବା ପରେ ସେମାନେ କହିଥିଲେ ଯେ, ରେଭ୍ ପାର୍ଟି ସମ୍ପର୍କରେ ଅଧିକ ଜାଣିବା ଲାଗି ସେ ସମ୍ପର୍କରେ ଭିଡ଼ିଓ ଦେଖୁଥିଲେ । ସେତେବେଳେ ମାଙ୍ଗାଲୋରରେ ରେଭ୍ ପାର୍ଟି ସ୍କାଣ୍ଡାଲ୍ ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିଲା ।

ସେତେବେଳେ ଶ୍ରୀ ସବାଡ଼ିଙ୍କ ସମେତ ସିସି ପାଟିଲ୍ ଓ କ୍ରିଷ୍ଣା ପାଲେମାର୍ କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କରିଥିଲେ ।

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ ୟେଦିୟୁରାପ୍ପାଙ୍କ ଅତି ବିଶ୍ୱସ୍ତ ସାଂସଦ ରେଣୁକାଚାର୍ଯ୍ୟ ଉପ ମୁଖ୍ୟମନ୍ତ୍ରୀ ସବାଡ଼ିଙ୍କୁ ମନ୍ତ୍ରୀମଣ୍ଡଳରେ ନେବାକୁ ପ୍ରଥମରୁ ବିରୋଧ କରିଆସୁଥିଲେ । ଜଣେ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀମଣ୍ଡଳରେ ନେବା କେତେ ଯକ୍ତି ସଙ୍ଗତ ବୋଲି ରେଣୁକାଚାର୍ଯ୍ୟ କହିଥିଲେ ।

ଦଳୀୟ ନେତାଙ୍କ ଏହି ବୟାନରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ସବାଡ଼ି କହିଥିଲେ “ଜାତୀୟ ତଥା ରାଜ୍ୟସ୍ତରୀୟ ସମସ୍ତ ବରିଷ୍ଠ ନେତାମାନଙ୍କ ଅନୁମୋଦନ କ୍ରମେ ମୁଁ ଉପ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛି । ସେମାନେ ମୋ ଉପରେ ଭରସା କରିଛନ୍ତି । ମୁଁ ଭଲ କାର୍ଯ୍ୟ କରି ଦଳ ତଥା ସରକାରଙ୍କ ଟେକ ରଖିବାକୁ ସାଧ୍ୟମତେ ଚେଷ୍ଟା କରିବି” ।

Leave A Reply

Your email address will not be published.