Latest Odisha News

BREAKING NEWS

କଥାକୁହା ଫଟୋ: ବାତ୍ୟା ବୁଲବୁଲ୍ ମାଡ଼ରେ ପାଚି ଆସୁଥିବା ଧାନବିଲ ଶୋଇଯାଇଛି, ଉପକୂଳବର୍ତ୍ତୀ ଚାଷୀକୂଳ ଏବେ ସର୍ବସ୍ୱାନ୍ତ…

ଭୁବନେଶ୍ୱର: ବିଲରେ ଧାନ ପାଚି ଆସୁଥିଲା । ଧାନକେଣ୍ଡା ପତ୍ର କୋଣରୁ ଫୁଟି ଆକାଶମୁହାଁ ହୋଇ ପଡ଼ି ପାଚିବାକୁ ବସିଥିଲେ । ଦୁର୍ଗାପୂଜା ପରେ ଦୀପାବଳୀ ସରିଗଲା, ଏବର୍ଷ ଓଡ଼ିଶାର ଉପକୂଳବର୍ତ୍ତୀ ଚାଷୀକୂଳ ଅଧିକ ଅମଳ ଆଶାରେ ବେଶ୍ ଆନନ୍ଦିତ ଓ ଉଲ୍ଲସିତ ଅନୁଭବ କରୁଥିଲେ ।

ଗତକିଛି ବର୍ଷ ଠାରୁ ଏବର୍ଷ ସବୁଠାରୁ ଭଲ ଧାନ ହୋଇଥିଲା । ଯାହାକିଛି ଖର୍ଚ୍ଚ ହୋଇଥିଲା ସବୁ ଉଠି ଭଲ ଅମଳ ସହିତ ଅଧିକ ଆୟର ଆଶା ରଖିଥିଲେ ଚାଷୀଭାଇ ।

ମାତ୍ର ଅଭିଶପ୍ତ ବାତ୍ୟା ବୁଲବୁଲର ତାଣ୍ଡବଲୀଳାରେ ଖିନ୍ ଭିନ୍ ହୋଇଗଲା ହେକ୍ଟର ହେକ୍ଟର ଚାଷଜମି । ଧାନବିଲ ଆଣଣ୍ଠୁଏ ଲେଖାଁ ପାଣି ଭିତରେ ବୁଡ଼ି ରହିଲା । ଯେଉଁ ଧାନଗଛ ଗୁଡ଼ିକ ଚାଷୀ ଏବେ ବାଧ୍ୟ ହୋଇ କାଟିଦେଉଥିଲେ ମଧ୍ୟ ସେଥିରୁ ୯୦ ପ୍ରତିଶତ ବାହାରିବ ଅଗାଡ଼ି ବୋଲି ପ୍ରାୟ ସବୁ ଚାଷୀଙ୍କ ମତ ।

ବାତ୍ୟା ବୁଲବୁଲ୍ ମାଡ଼ରେ ଏବେ ଏକରକମ ଧରାଶାୟୀ ହୋଇପଡ଼ିଛି ଧାନକ୍ଷେତ । ଚାଷୀ ବାପୁଡ଼ା ମୁଣ୍ଡରେ ହାତଦେଇ ବସିରହିଛି ।

କିଛି କହୁଛନ୍ତି ଏଥର ଧାନବିଲର ସବୁଜିମାରେ କେହି ଦୃଷ୍ଟି ପକାଇଦେଇନି ତ? କିଛି ଘଣ୍ଟାର ବାତ୍ୟା ପ୍ରକୋପରେ ହଜାର ହଜାର ସ୍ୱପ୍ନ ଭାଙ୍ଗି ଚୁରମାର୍ ହୋଇଗଲା ।

ଚାଷୀ ଏବେ ହୋଇଗଲେ ସର୍ବସ୍ୱାନ୍ତ….

Leave A Reply

Your email address will not be published.