Latest Odisha News

BREAKING NEWS

କଥାକୁହା ଫଟୋ: ଓଡ଼ିଶୀ ନୃତ୍ୟ ଓ ନାଟକ ‘ଦ୍ରୌପଦୀ’ରେ ନୃତ୍ୟାଙ୍ଗନାଙ୍କ ଅପୂର୍ବ ଭଙ୍ଗୀ…

ଭୁବନେଶ୍ୱର: ଦ୍ରୌପଦୀ ନାମ୍ନୀ ଜଣେ ଋଷିକନ୍ୟା ଶିବଙ୍କୁ ଭଲ ସ୍ୱାମୀଟେ ଲାଗି ବର ମାଗିଲେ । ଯୋଗରେ ନିମଗ୍ନ ମହାଦେବଙ୍କୁ ୫ଥର ପ୍ରାଥନା କରିଥିବାରୁ ପାଞ୍ଚଜଣ ସ୍ୱାମୀ ପାଇଥିଲେ ଦ୍ରୌପଦୀ । ଏହି ମହାଭାରତୀୟ କଥାବସ୍ତୁକୁ ନେଇ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଦେବସ୍ମିତା ସେନଗୁପ୍ତାଙ୍କ ଗ୍ରୁପ ଦ୍ୱାରା ମଞ୍ଚସ୍ଥ ହୋଇଛି ଓଡ଼ିଶୀ ନୃତ୍ୟ ଓ ନାଟକ ।

ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଇଣ୍ଡିଆନ କାଉନସିିଲ ଫର୍ କଲଚରାଲ ରିଲେସନ୍ସର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଛି । ଏହି ଓଡ଼ିଶୀ ନୃତ୍ୟ ଓ ନାଟକଟିର ସଂଳାପ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ରଚନା କରିଥିବା ବେଳେ ବିଶିଷ୍ଟ ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ର ସଂଗୀତ-ନୃତ୍ୟ ସମନ୍ୱୟରେ ନିର୍ଦ୍ଦେଶନା ଦେଇଛନ୍ତି । ଓଡ଼ିଶୀ ଗୁରୁ ଦେବସ୍ମିତା ସେନଗୁପ୍ତାଙ୍କ ଦ୍ୱାରା କୋରିଓଗ୍ରାଫି ଓ ନୃତ୍ୟ ନିର୍ଦ୍ଦେଶନା ଦିଆଯାଇଛି ।

Leave A Reply

Your email address will not be published.