Latest Odisha News

BREAKING NEWS

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତୀରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ…

ଭୁବନେଶ୍ୱର: ସଂସଦରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହିତ ହୋଇଯିବା ପରେ ଏବେ ଏହି ରାଜ୍ୟ ଜମ୍ମୁ-କାଶ୍ମୀର ଓ ଲଦାଖ ପରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହେବ । ସମଗ୍ର ଭାରତବର୍ଷ ଏହାକୁ ନେଇ ଖୁସି ମନାଉଥିବା ବେଳେ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଓଡ଼ିଶାରେ ବିଭିନ୍ନ ଦଳର ରାଜନେତାଙ୍କ ସମେତ ଭିନ୍ନ ଭିନ୍ନ ବର୍ଗର ଜନସାଧାରଣ ନିଜ ଢଙ୍ଗରେ ଉତ୍ସବ ପାଳିଛନ୍ତି । ଓଡ଼ିଶାର ଉଦୀୟମାନ ବାଲୁକା ଶିଳ୍ପୀ ସ୍ୱାଧୀନ ମହାରଣା ବାଲିରେ ଏକ ପ୍ରକାଣ୍ଡ ଭାରତ ମାନଚିତ୍ର କରି କାଶ୍ମୀର ପୁନର୍ଗଠନକୁ ସମର୍ଥନ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟରେ ଏହି ବାଲୁକାକଳା ପ୍ରଦର୍ଶନ କରିଛନ୍ତି ସ୍ୱାଧୀନ । ବିଭିନ୍ନତା ମଧ୍ୟରେ ଏକତାକୁ ସେ ନିଜର କଳାକୃତି ମାଧ୍ୟମରେ ଦର୍ଶାଇଛନ୍ତି । ଭାରତର ଗୋଟିଏ ଜାତି, ସମ୍ବିଧାନ ଏବଂ ଗୋଟିଏ ପତାକା ଉଲ୍ଲେଖ ଥିବା ଏହି ବାଲୁକାକଳାରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ଗଢିଛନ୍ତି ସ୍ୱାଧୀନ । ଏହି ବାଲୁକାକଳାକୁ ଅନେକ ପରିଦର୍ଶକ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.