Latest Odisha News

BREAKING NEWS

୧୪ବର୍ଷ ବୟସରେ କେବିସି ଜୁନିଅରରେ ହୋଇଥିଲେ କୋଟିପତି ଏବେ ଆଇପିଏସ୍

ଭୁବନେଶ୍ୱର : ୨୦୦୧ରେ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ କୌନ ବନେଗା କରୋଡପତି ଜୁନିଅରରେ ୧୪ ବର୍ଷ ବୟସରେ ସେ ବିଜେତା ହୋଇ କୋଟିଏ ଟଙ୍କା ଜିତି ଚର୍ଚ୍ଚାରେ ରହିଥିଲେ । ସେତେବେଳେ ବିଗ୍ ବିଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସି ସେ ସମସ୍ତ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଏବେ ପ୍ରାୟ ୨୦ ବର୍ଷ ପରେ ସେ ଆଇପିଏସ ଅଫିସର । ଆମେ କହୁଛୁ ରବି ମୋହନ ସାଇନିଙ୍କ କଥା । ବର୍ତ୍ତମାନ ସେ ଗୁଜରାଟ ପୋରବନ୍ଦରର ଏସପି ଭାବେ ଅବସ୍ଥାପିତ ।

ନିଜର ସ୍କୁଲ ଶିକ୍ଷା ସମାପ୍ତ ପରେ ଜୟପୁରର ମହାତ୍ମାଗାନ୍ଧି ମେଡିକାଲ କଲେଜରୁ ଏମବିବିଏସ୍ ଶିକ୍ଷା ଲାଭ କରିଥିଲେ । ଏହା ପରେ ୨୦୧୪ରେ ସେ ୟୁପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଆଇପିଏସ୍ ଭାବେ ଯୋଗ ଦେଇଛନ୍ତି ।

ନୌସେନାରେ ଚାକିରୀ କରିଥିବା ତାଙ୍କ ବାପାଙ୍କଠାରୁ ପ୍ରେରଣା ଲାଭ କରି ସେ ଆଇପିଏସ୍ ହେବାକୁ ଇଚ୍ଛା କରିଥିବା ରବି ମୋହନ କହିଛନ୍ତି ।

Leave A Reply

Your email address will not be published.