Latest Odisha News

BREAKING NEWS

ଦିଲ୍ଲୀକୁ ଦେଲେ ଧନ୍ୟବାଦ, ବିକାଶ ପାଇଁ ମାଗିଲେ ମୋଦୀଙ୍କ ଆଶୀର୍ବାଦ

ନୂଆଦିଲ୍ଳୀ: ଆମ୍ ଆଦ୍‌ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର ନୁହେଁ ଆପଣଙ୍କର । ଏହା ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ବିଜୟ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଦିଲ୍ଲୀରୁ ଦେଶର ନୂଆ ରାଜନୀତି ଆରମ୍ଭ ହେବ । ମୁଁ ସବ୍‌କା ସାଥ ଓ ସବ୍‌କା ବିକାଶ ନେଇ କାମ କରିବାକୁ ଚାହୁଁଛି । ଦିଲ୍ଳୀର ବିକାଶ ପାଇଁ କେନ୍ଦ୍ର ସହ ମିଶି କାମ କରିବୁ । ବିକାଶ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ କିଛି ଲୋକ ଆପ୍‌କୁ ଭୋଟ ଦେଇଥିଲେ ଏବଂ ଆଉ କିଛି ଲୋକ ବିଜେପି ଓ କଂଗ୍ରେସକୁ ଭୋଟ ଦେଇଥିଲେ । କିନ୍ତୁ ଆଜି ମୁଁ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ । ବିଜେପି ଓ କଂଗ୍ରେସକୁ ସମର୍ଥନ କରୁଥିବା ଲୋକଙ୍କର ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ । ମୋ ଶାସନ କାଳ ମଧ୍ୟରେ ମୁଁ କଦାପି କାହାରି ସହ ପାତରଅନ୍ତର କରିବି ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ ପରେ ଆଜି ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏହି ଶପଥ ଗ୍ରହଣ ଉତ୍ସବରେ ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

Leave A Reply

Your email address will not be published.