Latest Odisha News

କେଶ ଝଡୁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖିବେ ଫରକ !

ଭୁବନେଶ୍ୱର: କେଶ ଝଡ଼ିବା ଏବେ ସବୁଠୁ ବଡ଼ ସମସ୍ୟା ରୂପେ ଦେଖାଦେଲାଣି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା କେଶ ଝଡା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବା ସହିତ ଆପଣଙ୍କୁ ସୁସ୍ଥ କେଶ ପ୍ରଦାନ କରିବ । ଏହା କେବଳ କେଶ ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟସାହାଯ୍ୟ କରିବ । ଜାଣନ୍ତୁ ଏହା ସମ୍ପର୍କରେ:

ଅଣ୍ଡା ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ:

ଅଣ୍ଡା ଏବଂ ଦୁଗ୍ଧ ଜାତୀୟ ଉତ୍ପାଦରେ ଥିବା ଉଚ୍ଚ ପ୍ରୋଟିନ କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ । ଦହି, ଦୁଗ୍ଧ ଏବଂ ଅଣ୍ଡାରେ ବିଭିନ୍ନ ପୋଷକ ତତ୍ତ୍ୱ ତଥା ଭିଟାମିନ ବି ୧୨, ଓମେଗା ୬ଫ୍ୟାଟି ଏସିଡ, ଆଇରନ ଏବଂ ଜିଙ୍କ ରହିଛି । ଏହାକୁ ଆପଣ ନିଜର ନିୟମିତ ଡାଏଟରେ ରଖିପାରିବେ ଯାହା ଆପଣଙ୍କୁ କେଶ ଝଡାକୁ ରୋକିବାରେ ସାହାଯ୍ୟ କରିବ ।

କୁଇନୱା :

କୁଇନୱା ଏକ ପ୍ରକାରର ମଞ୍ଜି ଯାହା ସମସ୍ତ ୯ଟି ଆମିନୋ ଏସିଡ ଏବଂ ପ୍ରୋଟିନରେ ଭରପୁର । ଏହି ସୁପର ଫୁଡ କେଶକୁ ପୋଷଣ ଯୋଗାଇବା ସହିତ ସ୍କାଲ୍ପକୁ ସୁସ୍ଥ ରଖିଥାଏ । ଏଥିରେ ଥିବା ଭିଟାମିନ ଇ କେଶର ଦୋ ମୁହାଁପଣକୁ ଦୂର କରିବା ସହିତ କେଶ ଝଡା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

ନଟସ :

ୱାଲନଟ, ଆଲମଣ୍ଡ ଏବଂ ବାଦାମରେ ଥିବା ବାଇଓଟିନ, ଭିଟାମିନ ବି, ଓମେଗା ୩, ଫ୍ୟାଟି ଏସିଡ, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ କେଶର ମୂଳକୁ ଶକ୍ତିଶାଳୀ କରିବା ସହିତ ସ୍କାଲପକୁ ପୋଷଣ ଯୋଗାଇଥାଏ । ପ୍ରତିଦିନ ଖାଦ୍ୟରେ ଏହିପରି କିଛି ନଟ୍ସର ମିଶ୍ରଣରେ କେଶର ଝଡାକୁ ବନ୍ଦ କରିବା ସହିତ କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ ।

ପାଳଙ୍ଗ ଶାଗ :

ପାଳଙ୍ଗ ଶାଗରେ ଭରପୁର ପରିମାଣରେ ଭିଟାମିନ କେ, ଏ, ସି, ବି୨, ବି୬, ଇ, ମାଙ୍ଗାନିଜ , ଜିଙ୍କ, ଆଇରନ ଏବଂ ଓମେଗା ୩ ଫ୍ୟାଟି ଏସିଡ କେଶ ପାଇଁ ଖୁବ ଭଲ । ଏହା କେଶ, ସ୍କାଲ୍ପ କୁ ପୋଷଣ ଯୋଗାଇବା ସହିତ ସୁସ୍ଥ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟ-ଅକ୍ସିଡାଣ୍ଟ କେଶକୁ କ୍ଷତି କରିବାରୁ ରକ୍ଷା କରିବା ସହିତ ଭିଟାମିନ ବି ଏବଂ ସି କେଶର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଷ୍ଟ୍ରବେରି:

ଷ୍ଟ୍ରବେରି କେଶର ପତଳା ହେବାକୁ ରକ୍ଷା କରିଥାଏ । ଷ୍ଟ୍ରବେରିରେ ଥିବା ଇଲାନିକ ଏସିଡ କେସର ମୂଳକୁ ଶକ୍ତିଶାଳୀ କରିଥାଏ । ଏଥିରେ ଫଲିକ ଏସିଡ, ଭିଟାମିନ ବି୬ ଏବଂ ପୋଷକ ତ୍ତତତ୍ତ୍ୱ କେଶ ଝଡାକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.