Latest Odisha News

BREAKING NEWS

୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ଜିତିଲା ଆୟର୍ଲ୍ୟାଣ୍ଡ

ଗ୍ରେଟର ନୋଏଡା: ଆୟର୍ଲାଣ୍ଡ ଦୀର୍ଘ ୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କରିଛି । ଆଫଗାନିସ୍ତାନ ବିପକ୍ଷ ଶେଷ ଟି୨୦ରେ ଆୟର୍ଲ୍ୟାଣ୍ଡ ବିଜୟ ହାସଲ କରିଥିଲା । ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ସାମନ ୧୪୨ ରନ୍ କରିଥିଲା । ମ୍ୟାଚ୍ ଟାଇ ହେବାରୁ ସୁପର ଓଭର ହୋଇଥିଲା । ସୁପର ଓଭରରେ ଆଫଗାନିସ୍ତାନ ୮ ରନ୍ କରିଥିଲା। ଏହାର ଜବାବରେ ଆୟର୍ଲ୍ୟାଣ୍ଡ  କେଭିନ ଓ’ବ୍ରାଇନ୍ ଦମଦାର ଛକା ସହାୟତାରେ ବିଜୟ ହାସଲ କରିଥିଲା। ଆଫଗାନିସ୍ତାନ ଆଗୁଆ ୨-୦ରେ ସିରିଜ ଜିତିଥିଲେ ହେଁ ଆୟର୍ଲ୍ୟାଣ୍ଡ ତୃତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଆୟର୍ଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କେଭିନ ଓବ୍ରାଇନ ୨୬, ଗ୍ରେଥ ଡେଲାନି ୩୭ ଓ ହ୍ୟାରି ଟେକ୍ଟର ୩୧ ରନ୍ କରିବାରୁ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୨ ରନ କରିଥିଲା।  ଏହାର ଜବାବରେ ଆଫଗାନିସ୍ତାନ ଓପନର ରହମନୁଉଲ୍ଲା ଗୁରବାଜ ଓ ଉସମାନ ଘନି ପ୍ରଥମ ୱିକେଟ ପାଇଁ ୫୧ ରନ୍ ଯୋଡ଼ିଥିଲେ। ତେବେ ଘନି ୧୮ ରନ୍ କରି ଆଉଟ ହୋଇଥିଲେ। ଗୁରବାଜ ୪୨ ଓ କରିମ ଜନତ ୧୭ ରନ୍ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଅଧିନାୟକ ଅସଗର ଆଫଗାନ ମଧ୍ୟ ୩୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।  ସୁପର ଓଭରରେ ଦଳ ମାତ୍ର ୮ ରନ୍ କରିବାରକୁ ସକ୍ଷମ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ସୁପର ଓଭର ବୋଲିଂ କରୁଥିବା ରଶିଦ ଖାନ୍ ୮ ରନ୍ ଭିତରେ ଆୟର୍ଲ୍ୟାଣ୍ଡକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ କେଭିନ ଛକା ମାରି ସବୁ କିଛି ଶେଷ କରିଦେଇଥିଲେ।

Leave A Reply

Your email address will not be published.