Latest Odisha News

BREAKING NEWS

‘ଅମ୍ଫାନ’ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରସ୍ତୁତ: ଜିଲ୍ଲାପାଳ

ଖୋର୍ଦ୍ଧା: ସାମୁଦ୍ରିକ ଝଡ ବାତ୍ୟା ‘ଅମ୍ଫାନ’ ପାଇଁ ଉପକୂଳ ଅଂଚଳରେ ଚାଲିଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରା ସାଜଗ ଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ଅଛନ୍ତି ।

୮୫୫ ଟି ବାତ୍ୟା ଆଶ୍ରୟ ସ୍ଥଳରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଜିଲ୍ଲାର ତଳିଆ ଅଂଚଳରେ ଥିବା ପ୍ରାୟ ୮୬ ହଜାର ଲୋକଙ୍କୁ ଆବଶ୍ୟକ ପଡିଲେ ସ୍ଥାନାନ୍ତର କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.