Latest Odisha News

BREAKING NEWS

ପିକନିକ୍ ସ୍ପଟ୍: ନୂଆବର୍ଷରେ ଆସନ୍ତୁ ବୁଲିଯିବା ଓଡ଼ିଶାର ଏହି ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୧୯ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୮ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ବେଦବ୍ୟାସ- ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଉରକେଲା ସ୍ଥିତ ପାନପୋଷ ନିକଟବର୍ତ୍ତୀ ବେଦବ୍ୟାସ ପୀଠ ଅନ୍ୟତମ । ଏଠାରେ ଶଙ୍ଖ, କୋଏଲ ଓ ସରସ୍ୱତୀ ନଦୀ ଭଳି ୩ଟି ନଦୀର ମିଶ୍ରଣ ହୋଇଛି । ଯାହା ତ୍ରୀବେଣୀ ସଙ୍ଗମ ଭାବେ ପରିଚିତ ।

ଏହି ୩ଟି ନଦୀର ମିଶ୍ରଣରେ ବ୍ରାାହ୍ମଣୀ ନଦୀର ରୂପରେଖ ହୋଇଛି । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୩୨୮ କିମି. ହେବ । ସ୍ଥାନୀୟ ବାସିନ୍ଦାଙ୍କ ମତରେ ମହାଭାରତ ରଚୟୀତା ମହର୍ଷି ବ୍ୟାସ ଦେବ ଏଠାରେ ଅବସ୍ଥାପନା କରିଥିଲେ ଏବଂ ଏଠାରେ ବ୍ୟାସଦେବଙ୍କ ଗୁମ୍ଫା ରହିଥିôବାର ମଧ୍ୟ ଦେଖିବାକୁ ମିଳେ । ସରସ୍ୱତୀ କୁଣ୍ଡ ମଧ୍ୟ ରହିଛି ।

ଦାରିଙ୍ଗବାଡି- କନ୍ଧମାଳ ସ୍ଥିତ ଦାରିଙ୍ଗବାଡିକୁ ‘ଓଡିଶାର କାଶ୍ମୀର’ ମଧ୍ୟ କୁହାଯାଏ । ଏହା ଓଡିଶାର ଏଭଳି ଏକମାତ୍ର ସ୍ଥାନ, ଯେଉଁଠାରେ ବରଫପାତ ହୁଏ । ଶୀତଦିନରେ ଏଠାରେ ପର୍ଯ୍ୟଟକମାନେ ବରଫପାତ ଦେଖିବାର ମଜା ଉଠାଇପାରିବେ । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୨୫୦ କିମି. ହେବ । ଝାଉଁ ବଣ, କଫି ଓ ହଳଦୀ ବଗିଚା ଏବଂ ସମଲେଶ୍ୱରୀ ମନ୍ଦିର ଦାରିଙ୍ଗିବାଡିର ଅନ୍ୟତମ ଆକର୍ଷଣୀୟ ସ୍ଥାନ ।

ମୁର୍ଗା ମହାଦେବ- କେନ୍ଦୁଝର ଜିଲ୍ଲା ସ୍ଥିତ ବିଲେଇପଦା ନିକଟରେ ଅନ୍ୟତମ ପର୍ଯ୍ୟଟନ ସ୍ଥଳୀଭାବେ ‘ମୁର୍ଗା ମହାଦେବ’ । ସାଧାରଣତଃ କେନ୍ଦୁଝର ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଆପଣଙ୍କ ଯାତ୍ରା ଟିକେ କଷ୍ଟ ହେଲେ ମଧ୍ୟ ମୁର୍ଗା ମହାଦେବରେ ପହଞ୍ଚିବା ପରେ ସବୁ କଷ୍ଟ ଲାଘବ ହୋଇଯିବ ।

ଏଠାରେ ଥିବା ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ଖୁବ୍ ଲୋଭନୀୟ ମଧ୍ୟ । ଏହାର ଏପରି ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ରହିଛି । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୨୫୩ କିମି. ହେବ ।

Leave A Reply

Your email address will not be published.