Latest Odisha News

ଜାଣନ୍ତୁ, ରଜର ସ୍ୱତନ୍ତ୍ର ଖାଦ୍ୟ ‘ପୋଡ଼ପିଠା’ର ପ୍ରସ୍ତୁତି ବିଧି

ଭୁବନେଶ୍ୱର: ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ ।

ଅନ୍ୟପଟେ ରଜ ପର୍ବ ସହିତ ଖାଦ୍ୟର ସଂପର୍କ ମଧ୍ୟ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ ମଧ୍ୟରୁ ପୋଡ଼ପିଠାର ସ୍ଥାନ ସ୍ୱତନ୍ତ୍ର।

ଏହାର ପ୍ରସ୍ତୁତି ବିଧି :

ଚାଉଳଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ ।

ପ୍ରସ୍ତୁତି ବିଧି ବିସ୍ତୃତରେ:

ଆବଶ୍ୟକୀୟ ସାମଗ୍ରୀ-
୫୦୦ଗ୍ରାମ ଚାଉଳ
୪୦୦ ଗ୍ରାମ ଗୁଡ଼/ ଚିନି
୨ ଚାମଚ ଘିଅ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ ।
ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ ।
ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ ।
ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ।

Leave A Reply

Your email address will not be published.