Latest Odisha News

BREAKING NEWS

ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !

ସୂର୍ଯ୍ୟ ପରାଗକୁ ନେଇ ଭାରତୀୟ ଜ୍ୟୋତିଷମାନେ ଅନେକ କଥା ପୂର୍ବାନୁମାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନାନୁଯାୟୀ ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ଗତି ଏବଂ ବର୍ଷା ଋତୁ ହୋଇଥିବାରୁ ସୂର୍ଯ୍ୟ ମିଥୁନ ରାଶିରେ ଅବସ୍ଥାନ ସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦୁଇଟି ପଡୁଥିବା ଯୋଗୁଁ ଏହା ଶୁଭଙ୍କର ନୁହେଁ ।

ଚଳିତ ବର୍ଷ ୨୧ ଜୁନ ରବିବାର ବିଜୟ ଅମାବାସ୍ୟା ଦିନ ବର୍ଷର ସବୁଠାରୁ ଭୟଙ୍କର ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଏହା ସମ୍ପୂର୍ଣ୍ଣ ରୂପେ ରାହୁ ଗ୍ରସ୍ତ ଗ୍ରାସ ଆଂଶିକ ଚୁଡାମଣୀ ସୂର୍ଯ୍ୟ ପରାଗ ହେବ । ଏହି ସୂର୍ଯ୍ୟ ପରାଗର ପ୍ରଭାବ ସମ୍ପୂର୍ଣ୍ଣ ଓଡ଼ିଶାରେ ଦୃଶ୍ୟ ମାନ ହେବ । ଏବଂ ଏହା ସଂମ୍ପର୍ଣ୍ଣ ୨ଘଣ୍ଟା ୪୪ ମିନିଟ୍ ଯାଏ ଦେଖା ଦେବ ।

ସୂର୍ଯ୍ୟ ପରାଗର ସମୟ ସୀମା:

୧୦ଟା ୨୦ରୁ ଆରମ୍ଭ, ୨ଟା ୨୦ରେ ଶେଷ ହେବ , ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨% ଘୋଡ଼ାଇ ଦେବ । ଏହି ସୂର୍ଯ୍ୟ ପରାଗ ୨୧ ଜୁନ ରବିବାର ସକାଳ ୧୦.୩୮ ମିନିଟ ରୁ ଆରମ୍ଭ ହେବ ଏବଂ ୨.୦୯ ମିନିଟ ଯାଏ ଏହା ଭୋଗ ହେବ । ଭିନ୍ନ ଭିନ୍ନ ସ୍ଥାନରେ ପରାଗ ସମୟ ଅଲଗା ରହି ଥାଏ । କିନ୍ତୁ ଏହି ସମୟ ସୀମା ମଧ୍ୟ ରେ ହିଁ ହେବ ।

ପାକ ତ୍ୟାଗର ସମୟ

୧- ଯେତେ ବେଳେ ବି ସୂର୍ଯ୍ୟ ଗ୍ରହଣ ଲାଗେ ସେହି ସମୟ ର ୧୨ ଘଣ୍ଟା ପୂର୍ବ ରୁ ପାକ ତ୍ୟାଗ ହୋଇ ଥାଏ

୨-ଚନ୍ଦ୍ର ଗ୍ରହଣ ରେ ୯ଘଣ୍ଟା ପୂର୍ବରୁ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ପାକ ତ୍ୟାଗ ର ସମୟ:

ତା୨୦ ଜୁନ ରାତ୍ରୀ ୧୦.୩୮ମିନିଟ ରୁ ଆରମ୍ଭ ହୋଇ ତା ୨୧ରିଖ ଜୁନ ଦିନ ୨.୦୯ ମିନିଟ ଯାଏ ଭୋଗ ହେବ ।

ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳା ଘରୁ ବାହାରିବା କଥା ନୁହେଁଁ ।

ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଅବସ୍ଥିତି ଅନୁସାରେ ୩ ପ୍ରକାରରେ ଆଂଶିକ, ପୂର୍ଣ୍ଣ ଓ ବଳୟ ପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। ଏ ସମୟରେ ସୂର୍ଯ୍ୟ ବା ସୂର୍ଯ୍ୟ ପରାଗକୁ କେବେ ବି ଖାଲି ଆଖିରେ ଦେଖିବା ଉଚିତ ନୁହେଁ ।

ଦୂରବୀକ୍ଷଣ ଅବା ବାଇନାକୁଲାରେ ଦେଖିବା ନିରାପଦ ନୁହେଁ। ଏପରିକି ହଳଦୀ ପାଣି, ଏକ୍ସରେ ଫିଲ୍ମ, କଳା ଚଷମା, କଳା କାଚ ମାଧ୍ୟମରେ ସୂର୍ଯ୍ୟ ବା ସୂର୍ଯ୍ୟ ପରାଗକୁ ବିଲକୁଲ ଦେଖିବା ଉଚିତ ନୁହେଁ । କେବଳ ସୌର ଚଷମା, ୧୪ ନମ୍ବର ୱେଲ୍‌ଡିଂ କାଚ, ପିନହୋଲ୍‌ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହି ବିରଳ ଦୃଶ୍ୟକୁ ଦେଖି ହେବ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.