Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ସିରୁଳୀରେ ରହି ଶ୍ରୀମନ୍ଦିରକୁ ନୀରିକ୍ଷଣ କରୁଛନ୍ତି ଶ୍ରୀହନୁମାନ !

ପୁରୀ: ସିରୁଳୀ ମହାବୀର ମନ୍ଦିର  ଗଙ୍ଗବଂଶୀ  ରାଜା ମାନଙ୍କ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିର ର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ପୂଜାରୀଙ୍କ ତଥ୍ୟ ଅନୁସାରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ  ତ୍ରୟୋଦଶ ଶତାବ୍ଦୀରେ ଶିରୁଳି ମହାବୀର ମନ୍ଦିର ନିର୍ମାଣ କରିଥିଲେ।

ମୁଖ୍ୟ ମନ୍ଦିର ବହୁତ ଉଚ୍ଚ ନ ହେଲେ ବି ବିମାନ, ଜଗମୋହନ, ନାଟମନ୍ଦିର, ଭୋଗମଣ୍ଡପ ଆଦି କୁ ନେଇ ମନ୍ଦିର ପରିସର  ବହୁତ୍ ବଡ. ୧୦ ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କର ବିଶାଳ ମୂର୍ତ୍ତିଙ୍କୁ ଏଠାରେ ଭୀମକାୟ ରୂପରେ ଦେଖିବାକୁ ମିଳେ ।

ଗୋଟିଏ ହାତରେ ଗନ୍ଧମାର୍ଦ୍ଧନ ପର୍ବତକୁ ଟେକି ଧରିଥିବା ବେଳେ ଅନ୍ୟ ହାତରେ ଏକ ଛୋଟ କଟୁରୀ ଧରି ଭୟଙ୍କର ମୁଦ୍ରା ରେ ମହାବୀର ହନୁମାନ ଏଠାରେ ବିରାଜିତ ।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଯେ ଏଠାରେ ପୂଜିତ ମହାବୀର ହନୁମାନଙ୍କର ଦୁଇ ନେତ୍ର ଗୋଟିଏ ଦିଗ କୁ ନାହିଁ  । ବାମ ନେତ୍ର ରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳଚକ୍ର କୁ ଚାହିଁଥିବା ବେଳେ ଡାହାଣ ନେତ୍ର ରେ ସର୍ବଦା ଲଙ୍କା କୁ ସତର୍କ ଦୃଷ୍ଟି ରେ ଚାହିଁଛନ୍ତି ।

ଗୋଟିଏ ନେତ୍ର ରେ ସେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ର ରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଙ୍କୁ ଦେଇଥିବା ପ୍ରତିଜ୍ଞା ଯାହାକି ସେ ବିଭୀଷଣ ଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ପାଳନ କରୁଛନ୍ତି । ମହାବୀରଙ୍କର ଏଭଳି ବିଗ୍ରହ ସମଗ୍ର ପୃଥିବୀରେ କେଉଁଠାରେ ନାହିଁ ।ପୂଜକ ଙ୍କ କହିବା ଅନୁସାରେ ଏଠାରେ ମହାବୀର ଙ୍କ ମନ୍ଦିର ପ୍ରତିଷ୍ଠା ନେଇ ଏକ ସୁନ୍ଦର୍ କିମ୍ବଦନ୍ତୀ ରହିଛି. ତାହା ହେଉଛି ପ୍ରଥମେ ମହାବୀର, ଜଗନ୍ନାଥ ଙ୍କ ମନ୍ଦିର ର ପଶ୍ଚିମ ପଟେ ପୂଜା ପାଉଥିଲେ କିନ୍ତୁ ରାତି ରେ ମହାବୀର ଙ୍କ ଘୁଙ୍ଗୁଡ଼ି ରେ ମା ଲକ୍ଷ୍ମୀଙ୍କର ନିଦ୍ରା ଭଙ୍ଗ ହେବାରୁ ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥ ଙ୍କୁ ଅଭିଯୋଗ କଲେ. ତେଣୁ ପ୍ରଭୁ ଙ୍କ ଆଜ୍ଞାରେ ମହାବୀର ସେଠାରୁ ଅଢେଇ ପାଦ ଦୂର ଯାହାକି ପୁରୀ ରୁ ୨୪ କିମି ଦୂରରେ ସିରୁଳୀ ଠାରେ ରହି ପୂଜା ପାଉଛନ୍ତି ଓ ବାମ ନେତ୍ର ରେ ପ୍ରଭୁଙ୍କ ନୀଳଚକ୍ର କୁ ଚାହିଁ ରହିଛନ୍ତି. ସିରୁଳୀ ମହାବୀର ମନ୍ଦିର ର ବିଭିନ୍ନ ସ୍ଥାନ ମାନଙ୍କରେ ରାମାୟଣ ର କଥାବସ୍ତୁ କୁ ଆଧାର କରି ଅନେକ ମୂର୍ତ୍ତି ଓ ଚିତ୍ର କରାଯାଇଛି ।

Leave A Reply

Your email address will not be published.