Latest Odisha News

BREAKING NEWS

ଏହି ୫ ଖାଦ୍ୟ ବଢାଇବ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି !

ଭୁବନେଶ୍ୱର: ଖାସ କରି ବର୍ଷା ଓ ଶୀତଋତୁରେ ପିଲାମାନେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା ସାଧାରଣତଃ ଥଣ୍ଡା, ଫ୍ଲୁ, ଗଳା ସଂକ୍ରମଣ ଏବଂ ପେଟ ଜନିତ ସମସ୍ୟା ସହିତ ଜଡିତ ହୋଇଥାଏ।

ଯେହେତୁ ପିଲାମାନେ ଅଧିକ ଅସାବଧାନ ଏବଂ ଅଧିକାଂଶ ସମୟରେ ବାହାରେ ଖେଳାଖେଳି କରନ୍ତି, ବେଳେ ବେଳେ ସେମାନଙ୍କ ଶରୀରରେ ସଂକ୍ରମଣ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଆବଶ୍ୟକ।

ଏହି ୫ଟି ଖାଦ୍ୟ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରେ, ଜାଣନ୍ତୁ…

ଫଳ ଏବଂ ପନିପରିବା-

ସମସ୍ତ ଋତୁରେ ମିଳୁଥିବା ଫଳ ଏବଂ ପନିପରିବାରେ ଯଥେଷ୍ଟ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଭରି ରହିଥାଏ। ଏହି ଖାଦ୍ୟଗୁଡ଼ିକରେ କ୍ୟାଲୋରୀ କମ୍ ଥାଏ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶରେ ଭିଟାମିନ୍ ଏ ଓ ସି ରହିଥାଏ, ଯାହା ଏକ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଆପଣ ଶିଶୁର ଦୈନନ୍ଦିନ ଖାଦ୍ୟରେ ପିଜୁଳି, କମଳା, ଅମୃତଭଣ୍ଡା, କୋଳି ଏବଂ ପନିପରିବାରେ କଖାରୁ, ପତ୍ର ଯୁକ୍ତ ସବୁଜ ପନିପରିବା ସାମିଲ କରନ୍ତୁ।

ବସା ଦହି-

ଦହି ଆମକୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ। ଦହିରେ ଆଣ୍ଟି-ଇନଫେକ୍ସନ୍ ର ମାତ୍ରାଧିକ। ଏଥିରେ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଭରପୂର ରହିଥାଏ, ଯାହା ହାଡକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ପୋଷଣ ଯୁକ୍ତ ପ୍ରୋଟିନ୍-

ମାଛ, କୁକୁଡ଼ା, ପନିର, ଅଣ୍ଡା ଏବଂ କ୍ଷୀରରେ ପ୍ରୋଟିନ୍ ଭରି ରହିଥାଏ। ଶାକାହାରୀମାନେ ସେମାନଙ୍କର ପ୍ରୋଟିନରେ ଶସ୍ୟ, ସୋୟାବିନ୍, ରଜମା, ଚଣା ଓ ବୁଟ ସାମିଲ କରିପାରିବେ।

ବାଦାମ-

ଅଖରୋଟ ଓ ପେସ୍ତାବାଦାମରେ ଓମେଗା -୩ ଫ୍ୟାଟି ଏସିଡ୍ ଥାଏ ଯାହା ଆପଣଙ୍କ ଶରୀରକୁ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଗୋଟିଏ ଛୋଟ ଅଧ୍ୟୟନରୁ ଜଣାପଡିଛି ଯେ ଓମେଗା- ୩ ପିଲାମାନଙ୍କ ଶ୍ଵାସସକ୍ରିୟା ସଂକ୍ରମଣର ସଂଖ୍ୟାକୁ ହ୍ରାସ କରିଥାଏ।

ଅଦା, ରସୁଣ ଓ ହଳଦୀ-

ରସୁଣ, ଅଦା ଏବଂ ହଳଦୀ ଭଳି ମସଲା ଜାତୀୟ ଦ୍ରବ୍ୟରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଏହା ଶରୀର ମଧ୍ୟରେ ଧଳା ରକ୍ତ କଣିକା ଉତ୍ପାଦନକୁ ବୃଦ୍ଧି କରିଥାଏ। ରସୁଣ ଥଣ୍ଡା ଏବଂ ଫ୍ଲୁ ଲକ୍ଷଣକୁ ରୋକିବାରେ ସାହାଯ୍ୟ କରେ।

Leave A Reply

Your email address will not be published.