Latest Odisha News

BREAKING NEWS

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଆଠ ଦିନ ମଧ୍ୟରେ କଣ କଣ ସବୁ କଟକଣା ଲାଗିବ ଆସନ୍ତୁ ନଜର ପକାଇବା –
– ଟାକ୍ସି ଓ ଅଟୋ ସମେତ ସର୍ବସାଧାରଣ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ରହିବ
– କେବଳ ତେଜରାତି, ପନିପରିବା ଓ ଅନ୍ୟ ଖାଦ୍ୟସାମଗ୍ରୀ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ୍‌, କାରଖାନା, ୱାର୍କସପ୍‌, ଗୋଦାମ ଇତ୍ୟାଦି ବନ୍ଦ ରହିବ
– ସାଧାରଣ ବଣ୍ଟନ, ହିତାଧିକାରୀଙ୍କ ପେନସନ ବଣ୍ଟନ ବନ୍ଦ ରହିବ
– ବିଦେଶରୁ ଫେରିଥିବା ପ୍ର ତ୍ୟେକ ବ୍ୟକ୍ତିଙ୍କୁ ଘରେ ସଂଗରୋଧ ବା ଆଇସୋଲେସନ୍ କୋଠରୀରେ ରଖାଯିବ । କେଉଁ ଲୋକଙକବୁ କେତେଦିନ ଏହିଭଳି ରଖାଯିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବ
– ଲୋକମାନେ ଯେତେ ସମ୍ଭବ ଘରେ ଭିତରେ ରହିବେ । ଅତି ଜରୁରୀ କାମ ପଡିଲେ ହିଁ ଘରୁ ବାହାରିବେ । ତେବେ ବାହାରକୁ ଆସିଲେ ସରକାର ଜାରି କରିଥିବା ସାମାଜିକ ଦୂରତ୍ୱ ନିର୍ଦ୍ଦେଶାବଳୀକୁ ମାନିବେ ।
– ଜରୁରୀ ସାମଗ୍ରୀ ଉତ୍ପାଦନ କେନ୍ଦ୍ର ଓ ଲଗାତାର କାର୍ଯ୍ୟକ୍ଷମ ରହିବା ଆବଶ୍ୟକ କରୁଥିବା ସଂସ୍ଥା ତାହା ଚାଲୁରଖିବା ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆଣିବେ ।
– ସର୍ବସାଧାରଣ ସ୍ଥାନମାନଙ୍କରେ ସାତ ଜଣରୁ ଅଧିକ ବ୍ୟକ୍ତି ଏକାଠି ହେବେ ନାହିଁ ।

ଯଦି କେହି ଏସବୁର ଖିଲାପ କରନ୍ତି ତେବେ ସେମାନଙ୍କୁ ଭାରତୀୟ ଦଣ୍ଡ ବିଧି ଆଇନ ଧାରା ୧୮୮ରେ ଦଣ୍ଡିତ କରାଯିବ ।

Leave A Reply

Your email address will not be published.