Latest Odisha News

BREAKING NEWS

ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର !

କୋଣାର୍କ: ଓଡ଼ିଶା ଲାଗି ଖୁସିର ଖବର । ଓଡ଼ିଶା ପର୍ଯ୍ୟଟନର ବହୁଦିନର ଆଶା ଏବେ ପୂରଣ ହେବାକୁ ଯାଉଛି । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଆଜି ଥିଲା ଉଦଯାପନୀ ଉତ୍ସବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ୱାସନା ଦେଇ କହିଛନ୍ତି ଯେ, ଖୁବ୍ ଶିଘ୍ର କୋଣାର୍କ ମନ୍ଦିର ଆଇକନିକ୍‌ ତାଲିକାରେ ସ୍ଥାନ ପାଇବାକୁ ଯାଉଛି ।

“ଐତିହ୍ୟ ତାଲିକାରେ କୋଣାର୍କ ମନ୍ଦିର ସ୍ଥାନ ପାଇବା ନେଇ ଏହି ଖୁସି ଖବର ଓଡ଼ିଶାବାସୀ ଖୁବ୍ ଶିଘ୍ର ଶୁଣିବାକୁ ପାଇବେ । ଏସମ୍ପର୍କୀତ ଘୋଷଣା ଏକ ବିଶାଳ ଉତ୍ସବରେ କରାଯିବ,” ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଆଜିର ଏହି ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଘୋଷଣା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି କୌଣସି ପର୍ଯ୍ୟଟକ ବର୍ଷକୁ ୧୫ଟି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବେ ତେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ପର୍ଯ୍ୟଟକ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.