Latest Odisha News

BREAKING NEWS

୨ ବର୍ଷ ପୂର୍ବେ କୋରିଆନ୍ ଲେଖକ ଜାଣିଥିଲେ କୋଭିଡ୍‌-୧୯ ରହସ୍ୟ !

ଭୁବନେଶ୍ୱର: ୨୦୧୮ରେ ଏକ କୋରିଆନ୍ ଟିଭି ସିରିଜ୍ କରିଥିଲା କୋଭିଡ୍‌-୧୯ର ପୂର୍ବାନୁମାନ । ଆମେରିକୀୟ ଅନଲାଇନ୍ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ କରିଥିଲା ଏହି ୱେବସିରିଜ୍ ର ପ୍ରସାରଣ ।

ନ୍ୟୁଜ୍ ସର୍ଭିସ୍ ରିପବ୍ଲିକ୍ ର ରିପୋର୍ଟ ଅନୁଯାୟୀ କୋରିଆନ୍ ସିରିଜ୍ ମାଇ ସିକ୍ରେଟ୍ ଟେରସ୍ ର ଏକ ଏପିସୋଡ୍‌ରେ କରୋନାଭାଇରସ୍‌କୁ ନେଇ କିଛି ସିକ୍ୱେନ୍ସ ସାମ୍ନାକୁ ଆସିଥିଲା । ଯେଉଁଥିରେ କରୋନାଭାଇରସ୍‌କୁ ଆତଙ୍କବାଦୀ ହତିଆର ରୂପେ ବ୍ୟବହାର କରିଥିଲାବେଳେ ଡାକ୍ତରମାନେ ଏହାର ଚିକିତ୍ସା ପାଇଁ ଚିନ୍ତାରେ ପଡିଥିଲେ ।

ଜଣେ ଅଜଣା ବ୍ୟକ୍ତ ସିରିଜରେ ଥିବା କରୋନାଭାଇରସ୍ ସିକ୍ୱେନ୍ସକୁ ଟୁଇଟର୍‌ରେ ପୋଷ୍ଟ କରିଛନ୍ତି । ଯେଉଁଥିରେ କୋରିଆନ୍ ଆକ୍ଟର ସୋ-ଜି-ସୁ, ଜୁଙ୍ଗ ଇନ୍‌-ସନ୍‌, ସୋଁ ହୁ- ଜୁନ୍ ଓ ଇମ୍ ସି-ମି ଙ୍କୁ ଦେଖିବାକୁ ମିଳିଛି ।

କରୋନାଭାଇରସ୍ ସିକ୍ୱେନ୍ସଟି ଟୁଇଟର୍‌ରେ ଆସିବା ପରେ ଅନେକ ୟୁଜର୍ସ ଚକିତ ହୋଇ ଏକାଧିକ ପୋଷ୍ଟ ବି କରିଥିଲେ ।

ସିରିଜ୍‌ରେ କରୋନାଭାଇରସ୍‌ର କୌଣସି ଚିକିତ୍ସା ନଥିବା ଓ ଭାଇରସ୍ ଏଡାଇବା ପାଇଁ ସ୍କୁଲ ପିଲାଙ୍କୁ ହାତ ଧୋଇବା ଭଳି ସିକ୍ୱେନ୍ସ ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଏହି ସିରିଜଟି ପ୍ରଥମେ ସାଉଥ୍ କୋରିଆନ୍ ଟିଭି ଚ୍ୟାନେଲ ଏମବିସି ଗ୍ଲୋବାଲ୍ ଓ ପରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହୋଇଥିଲା ।

Leave A Reply

Your email address will not be published.