Latest Odisha News

BREAKING NEWS

ଓଡ଼ିଆ ଅଭିନେତା ମିହିର ଦାସଙ୍କୁ ମିଳିବ ‘ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କୁ ମିଳିବ ‘ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ । ଅନ୍ୟପକ୍ଷରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ସିନେ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଆଗାମୀ ବର୍ଷ ଫେବୃଆରୀ ମାସରେ ପୁରୀଠାରେ ଓଡ଼ିଆ ସିନେମା ଓ ଦୂରଦର୍ଶନର ସମ୍ମାନ ଉତ୍ସବ ‘ ଶୋ-ଟାଇମ’ ରେ ଓଡ଼ିଆ ସିନେ ଜଗତର ଏହି ଦୁଇ ମହାନାୟକଙ୍କୁ କରାଯିବ ସମ୍ମାନିତ ।

ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୮ ଓ ୯ ଦୁଇଦିନ ଧରି ଏହି ସମାରୋହ ହେବାକୁ ଥିବାବେଳେ ଓଡ଼ିଆ ସିନେ ଜଗତର କଳାକାରମାନେ ଏଥିରେ ନଜର ଆସିବେ ।

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମୋଟ ୬୦ ଜଣ କଳାକାରଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ମିଳିଛି ।

କମିଟିର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ଆଡ଼ଭାଇଜର ବାପୁଲେଙ୍କା, କେଦାରମିଶ୍ର ଓ ସେକ୍ରେଟାରୀ ନବକିଶୋର ପ୍ରଧାନ ଆଦି ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବେ ।

Leave A Reply

Your email address will not be published.