Latest Odisha News

BREAKING NEWS

ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ନାନ୍ଦେଡ: ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା । ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କୁ ହତ୍ୟା ପରେ ଏବେ ନନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଆଉ ଜଣେ ସାଧୁ ଏବଂ ତାଙ୍କର ଜଣେ ସେବକଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସାଧୁଙ୍କ ମୃତଦେହ ଆଶ୍ରମରୁ ଉଦ୍ଧାର ହୋଇଥିବାବେଳେ ସେବକଙ୍କ ମୃତଦେହ ଆଶ୍ରମ ଠାରୁ କିଛି ଦୂରରୁ ଉଦ୍ଧାର ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ହତ୍ୟା ମାମଲାର ତଦନ୍ତ କରୁଛି । ତେବେ ହତ୍ୟାର କାରଣ କାରଣ ଅସ୍ପଷ୍ଟ ରହିଛି ।

କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ପାଲଘରରେ ଦୁଇ ଜଣ ସାଧୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ସେହି ମାମଲା ଶାନ୍ତ ପଡ଼ିନଥିବାବେଳେ ପୁଣି ସାଧୁଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି । ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପାଶୁପତି ମହାରାଜ ବୋଲି ଜଣାପଡ଼ିଛି । ସକାଳୁ ତାଙ୍କ ଶିଷ୍ୟ ଆସି ଆଶ୍ରମରେ ତାଙ୍କ ମୃତଦେହ ପଡିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.