Latest Odisha News

BREAKING NEWS

ଏଣିକି ଘରେ ପହଞ୍ଚିବ ମଦ; ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ‘ମଦ ହୋମ ଡିଲିଭରି’

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଇଛି ମଦ ହୋମ୍ ଡେଲିଭରି । ଏନେଇ ଶନିବାର ଦିନ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ମଦ ଡିଲିଭରି ଦେଇ ପାରିବେ।

ମିଳିଥିବା ସୂଚନା ଅନୁସାରେ ବିଦେଶୀ ମଦ ଓ ବିୟରର ଏମଆରପି ଉପରେ ୫୦% କୋଭିଡ ଫି ଲଗାଇଛନ୍ତି ସରକାର । ଏଥିରୁ ମିଳିବାକୁ ଥିବା ରଜସ୍ୱକୁ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ ବୋଲି ସରକାରଙ୍କ ତରଫରୁ ସୂଚନା ମିଳିଛି ।

ଗାଇଡ଼ଲାଇନ ଅନୁଯାୟୀ ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍ ଅର୍ଡର ନିଆଯିବ ଓ ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯାଇପାରିବ ।

ଜଣେ ଗ୍ରାହକ ସର୍ବାଧିକ ୫ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ ବୋଲି ଜଣାପଡିଛି ।

ମଦ କେବଳ ହୋମ ଡିଲିଭରି ହେବାକୁ ଥିବା ବେଳେ କାଉଂଟରେ ମଦ ବିକ୍ରି କରିବାକୁ ସରକାରଙ୍କ ଅନୁମତି ମିଳିନାହିଁ।

Leave A Reply

Your email address will not be published.