Latest Odisha News

BREAKING NEWS

ଲକ୍‌ଡାଉନ୍ ୪.୦: ଭୁବନେଶ୍ୱରରେ ଖୋଲିବ ବିୟୁଟି ପାର୍ଲର, ସେଲୁନ୍‌, କ’ଣ ରହିଛି ଗାଇଡ଼ ଲାଇନ୍ ଜାଣନ୍ତୁ

ଭୁବନେଶ୍ୱର: ଲକ୍‌ଡାଉନ୍ ୪.୦ ରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ କେଉଁ ଦୋକାନ ଗୁଡ଼ିକ ଖୋଲିବ ସେନେଇ ଗାଇଡ଼ଲାଇନ ଜାରି ହୋଇଛି । ସେହିପରି ଲକ୍‌ଡାଉନ ଗାଇଡ଼ଲାଇନ ଅନୁଯାୟୀ କେଉଁ ସପିଂ ମଲ୍ ଗୁଡ଼ିକ ୩୧ ମେ ପର୍ଯ୍ୟନ୍ତ ଖୋଲି ପାରିବ ନାହିଁ ତାହାର ମଧ୍ୟ ତାଲିକା ଜାରି ହୋଇଛି ।

ବିଏମସି ପକ୍ଷରୁ ଦିଆଯାଇଥିବା ନୋଟିସ ଅନୁଯାୟୀ ଏହି ସବୁ ମଲ୍ ଗୁଡ଼ିକ ଖୋଲି ପାରିବେ ନାହିଁ ।

୧ – ଏସପ୍ଲାନେଡ଼ ୱାନ, ରସୁଲଗଡ଼
୨ – ଫୋରମ୍ ମାର୍ଟ, ସତ୍ୟନଗର
୩ – ବିଏମସି ଭବାନୀ ମଲ୍ , ସହିଦ ନଗର
୪ – ସେଣ୍ଟ୍ରାଲ୍ ସପିଂ ମଲ୍‌, ସହିଦ ନଗର
୫ – ପାଣ୍ଟାଲୁନ୍ ମଲ୍‌, ସହିଦ ନଗର
୬ – ରିଲାଏନ୍ସ ସୁପର, ରେଲୱେ ଷ୍ଟେସନ ନିକଟ
୭ – ଉତ୍କଳ ଗ୍ୟାଲେରିଆ, କଳ୍ପନା ଛକ
୮ – ବିଏମସି କେଶରୀ ମଲ୍‌, ୟୁନିଟ୍ – ୨ ମାର୍କେଟ
୯ – ସିମ୍ପନି ମଲ, ରୁଦ୍ରପୁର
୧୦ – ଡିଏନ ରେଗାଲିଆ ମଲ୍‌, ପାତ୍ରପଡ଼ା
୧୧ – କ୍ରିଷ୍ଣା ପ୍ଲାଜା ମଲ୍‌, ନୟାପଲ୍ଲୀ

ଅଧିକ ପଢନ୍ତୁ: ଉତ୍ତର ଓଡ଼ିଶାରେ ରହିବ ବାତ୍ୟା ‘ଅମ୍ଫାନ’ର ପ୍ରଭାବ: ଆଇଏମ୍‌ଡି

ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ଯେଉଁ ସପିଂ ମଲ୍ ଗୁଡ଼ିକ ୪୦୦୦୦ ବର୍ଗଫୁଟ ପରିବ୍ୟାପ୍ତରେ ରହିଛି ସେହି ମଲ୍ ଗୁଡ଼ିକ ଖୋଲାଯିବ ନାହିଁ । ମାତ୍ର ମଲ୍ଟି ଷ୍ଟୋରେଡ୍ ସପିଂ ମଲ୍ ଗୁଡ଼ିକରେ ରହି ପରିବା, ଗ୍ରୋସେରୀ କିମ୍ବା ଔଷଧ ବିକ୍ରି ହେଉଥିଲେ ସେହି ଷ୍ଟୋର ଗୁଡ଼ିକ ଖୋଲିବ । ଯଦି ଏହି ମଲ୍ଟି ଷ୍ଟୋରେଡ଼ ସପିଂ ମଲରେ ସରକାରୀ ଅଫିସ କିମ୍ବା ପ୍ରାଇଭେଟ୍ ଅଫିସ ରହିଥିବ ତାହା ଖୋଲିପାରିବ ।

ଏହାବ୍ୟତୀତ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ କ୍ୟାଣ୍ଟିନ୍ ଖୋଲିବ ନାହିଁ । ସେହିପରି ଭାବେ ପୂର୍ବ ପରି ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଖୋଲା ରହିବ ମାତ୍ର ହୋମ ଡେଲିଭରୀ ଚାଲୁ ରହିବ ।

ଅଧିକ ପଢନ୍ତୁ: ‘ଅମ୍ଫାନ’ ମୁକାବିଲା ପାଇଁ ସଜାଗ ଅଛି ଏନ୍‌ଡିଆର୍‌ଏଫ୍

ସରକାର ଏବଂ ବିଏମସି ଜାରି କରିଥିବା ନୂଆ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ଦୋକାନରେ ସାମାଜିକ ଦୂରତା ଯେପରି ପାଳନ କରାଯାଉଥିବା ସେ ନେଇ ଦୋକାନ ମାଲିକ ମାନେ କଡ଼ା ନଜର ରଖିବେ । ଅନ୍ୟଥା ଦୋକାନ ମାଲିକ ମାନେ ଏଥିଲାଗି ଦାୟୀ ରହିବେ ।

ଗାଇଡ଼ ଲାଇନ ଅନୁଯାୟୀ ସେଲୁନ, ବିୟୁଟି ପାର୍ଲରରେ ସମସ୍ତ କର୍ମଚାରୀମାନେ ଠିକ୍ ଭାବେ ମାସ୍କ, ଗ୍ଲୋଭସ ଆଦି ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ଦୋକାନ ଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଖୋଲାରହିବ ।

Leave A Reply

Your email address will not be published.