Latest Odisha News

BREAKING NEWS

ଲକ୍ ଡାଉନ ଡାଏରୀ: ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ତତ୍ପର ଅଛନ୍ତି ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ମନୋଜ ନାୟକ

ଭୁବନେଶ୍ୱର: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବେ ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବେଶ୍ ନାଁ ରହିଛି । ତେବେ ଦିନ ରାତି ଏକ କରି ଏତେ ବଡ ବିଶ୍ୱବିଦ୍ୟାଳୟ ସହ ସମ୍ ହସ୍ପିଟାଲ ଠିଆ କରି ସଫଳଭାବରେ ପରିଚାଳନା କରିବାରେ ପ୍ରମୁଖ ଭୁମିକା ରହିଛି ଏହାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମନୋଜ ନାୟକଙ୍କର ।

ଏବେ କରୋନା ସଂକ୍ରମଣ ସଙ୍କଟ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରିହୋଇଥିବା ବେଳେ ସମସ୍ତେ ଏବେ ୱାର୍କ ଫ୍ରମ୍ ହୋମ୍ ବା ଘରେ ରହି କାମ କରୁଛନ୍ତି ।

ତେବେ ରାଜ୍ୟରେ କରୋନା ଭାଇରସର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ସମ୍ ହସ୍ପିଟାଲ । ଭୁବନେଶ୍ୱରରେ ରେକର୍ଡ ସମୟରେ ୫୨୫ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ସମ୍ କୋଭିଡ୍ ହସ୍‌ପିଟାଲ୍ ପ୍ରସ୍ତୁତ କରିବା ସହିତ ଏହାର ପରିଚାଳନା ଭାର ନେଇଛି ସମ୍ ହସ୍‌ପିଟାଲ୍ ।

ଏଭଳି ସଂକଟ ବେଳାରେ କରୋନା ମୁକାବିଲା ପାଇଁ ସରକାରଙ୍କ ସହିତ ଦୃଢଭାବରେ ଛିଡା ହୋଇଛନ୍ତି ମନୋଜ ନାୟକ ଓ ତାଙ୍କ ସମ୍ ହସ୍‌ପିଟାଲ୍ ଟିମ୍ । କେନ୍ଦ୍ରାପଡା ଓ ଅନୁଗୁଳ ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ସ୍ୱତନ୍ତ୍ର କୋଭିଡ୍ ହସ୍‌ପିଟାଲ୍ ସ୍ଥାପନ କରିବା ପାଇଁ ସହଯୋଗର ହାତ ବଢାଇଛି ସମ୍ ହସ୍‌ପିଟାଲ୍ ।

କରୋନା ମୁକାବିଲା ନେଇ କମ୍ ସମୟ ମଧ୍ୟରେ କୋଭିଡ୧୯ ହସ୍ପିଟାଲ ପ୍ରସ୍ତୁତ କରିବା ତାଙ୍କ ପାଇଁ ଥିଲା ସବୁଠୁ ବଡ ଚ୍ୟାଲେଂଜ ବୋଲି କୁହନ୍ତି ସେ । ସମ୍ ହସ୍‌ପିଟାଲ୍‌ରେ ତାଙ୍କ ସହକର୍ମୀମାନଙ୍କ ପ୍ରଗାଢ ଉଦ୍ୟମ, ଚେଷ୍ଟା ଓ କଠିନ ପରିଶ୍ରମ ସହ ରାଜ୍ୟ ସରକାରଙ୍କ ସହଯୋଗରେ ଏସବୁ ସମ୍ଭବ ହୋଇପାରିଥିବା କହନ୍ତି ପ୍ରଫେସର ନାୟକ ।

ତେବେ ଏତେ ସବୁ ବ୍ୟସ୍ତତା ମଧ୍ୟରେ ଲକ୍ ଡାଉନ ସମୟରେ ଘରେ କେମିତି କଟୁଛି ପ୍ରଫେସର ମନୋଜ ନାୟକଙ୍କ ଦିନ ଆଜି ଜାଣିବା ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ।

ପ୍ରତିଦିନ ଭୋରରୁ ଉଠିଯାଆନ୍ତି ପ୍ରଫେସର ନାୟକ । ନିଜକୁ ସୁସ୍ଥ ରଖିବା ପାଇଁ ବେଶ୍ କିଛି ସମୟ ବ୍ୟାୟାମ କରିଥାନ୍ତି । ଏହା ପରେ ନିତ୍ୟକର୍ମ ସାରି ଘରେ ଥିବା ଅଫିସରେ ସେ କାମ ଆରମ୍ଭ କରନ୍ତି ।

ପ୍ରତିଦିନ ସେ ସମ୍ ହସ୍ପିଟାଲର ବରିଷ୍ଠ ଅଧିକାରୀ, ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସକାଳେ କିଛି ସମୟ ପାଇଁ ଅଲୋଚନା ଓ ବୈଠକ କରି ସେମାନେ ପ୍ରତିଦିନ ସାମ୍ନା କରୁଥିବା ଯୁଦ୍ଧ ପାଇଁ ସେମାନଙ୍କ ମନୋବଳ ବଢାଇଥାନ୍ତି ।

ବର୍ତ୍ତମାନର ପରିସ୍ଥିତିରେ ସାମାଜିକ ଦୂରତ୍ୱ ନିୟମ ପାଳନ କରି ଏହି ବୈଠକ ଓ ଆଲୋଚନା ପ୍ରାୟ ଭର୍ଚୁଆଲ୍ ମାଧ୍ୟମରେ ହେଉଥିବା ବେଳେ ଦରକାର ସମୟରେ ହେଉଥିବା କ୍ୱଚିତ୍ ସାମ୍ନାସାମ୍ନି ବୈଠକରେ ସାମାଜିକ ଦୂରତ୍ୱ ରକ୍ଷା କରଯାଉଥିବା ସେ କହିଛନ୍ତି ।

ତେବେ ଏସବୁ ସାରିବା ପରେ ଲକ୍‌ଡାଉନ୍ ଯୋଗୁଁ ସେ ଘରେ ନିଜ ପାଇଁ କିଛି ସମୟ ପାଇଥାନ୍ତି । ଏଥିରୁ କିଛି ସମୟ ସେ ପଢାପଢିରେ ବିତାଉଛନ୍ତି । ଏଥି ସହ କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖୁଛନ୍ତି ।

କରୋନା ମୁକାବିଲାକୁ ନେଇ ତାଙ୍କ ଉପରେ ଗୁରୁଦାୟିତ୍ୱ ରହିଥିବାରୁ ଏବେ ଏଭଳି ଅବସର ସମୟ ଖୁବ୍ କମ୍ ମିଳୁଥିବା ସେ କହିଛନ୍ତି । ତେବେ ଏହି ସଙ୍କଟ ସମୟରେ ସଭିଙ୍କୁ ମନ ଭିତରୁ ଚାପ ହଟାଇ କିଛି ସମୟ ଘରଲୋକଙ୍କ ସହ ସମୟ ବିତାଇବା ସହ ଗଠନଶୀଳ ଓ ସକାରାତ୍ମକ କାର୍ଯ୍ୟରେ ମନୋନିବେଶ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କରୋନା ନେଇ ସୃଷ୍ଟି ହୋଇଥିବା ଭୟ ଓ ସଙ୍କଟମୟ ପରିସ୍ଥିତିରେ ସୁଧାର ଆସିବା ନେଇ ସେ ସବୁବେଳେ ପ୍ରାର୍ଥନା କରୁଛନ୍ତି ଏବଂ କାମନା କରୁଛନ୍ତି ଯେ ଯେମିତି ଆମ ମଧ୍ୟରୁ କାହାରିକୁ ସମ୍ କୋଭିଡ୧୯ ହସ୍ପିଟାଲ ଯିବାକୁ ଆବଶ୍ୟକ ନପଡୁ ।

Leave A Reply

Your email address will not be published.