Latest Odisha News

BREAKING NEWS

ଭଦ୍ରକ ଜିଲ୍ଲାରେ ଲକ୍‌ଡ଼ାଉନ ନେଇ ପ୍ରଶାସନ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍‌ଡ଼ାଉନ ନିମନ୍ତେ ନୂଆ ଗାଇଡ଼ଲାଇନ୍ ଜାରି ହୋଇଛି ।

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡ଼ଲାଇନ୍ ଅନୁଯାୟୀ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସେବା ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ କେତେକ ହୋମ ସର୍ଭିସକୁ ସେବା ଅନୁମତି ପ୍ରଦାନ କରାଯାଇଛି ।

ଏହି କଟକଣା ମଧ୍ୟରେ ଜିଲ୍ଲାରେ ଥିବା ସମସ୍ତ ପ୍ଲମ୍ବର, ଇଲେକ୍ଟ୍ରିସିଆନ, ଆଇଟି ରିପେୟାରିଂ ବ୍ୟକ୍ତି ବିଶେଷ, ମୋଟର୍ ମେକାନିକ୍ ମାନେ ହୋମ୍ ସର୍ଭିସ ଘରେ ଘରେ କରିପାରିବେ । ଏଥିଲାଗି ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି ।

ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଭାବେ ନିର୍ମାଣ ଉପକରଣ ଦୋକାନ/ଷ୍ଟୋର୍‌/ଆଉଟଲେଟ୍ କୁ ମଧ୍ୟ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି । ଭଦ୍ରକ ପୌରାଞ୍ଚଳରେ ଏହିସବୁ ଦୋକାନ ଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ ।

ଚାନ୍ଦବାଲି ଓ ଧାମନଗର ବିଜ୍ଞାପିତ ଅଞ୍ଚଳ ଓ ବାସୁଦେବପୁର ମ୍ୟୁନିସିପାଲିଟି ଅଞ୍ଚଳରେ ଏହିସବୁ ଦୋକାନ ଗୁଡ଼ିକ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ।

Leave A Reply

Your email address will not be published.