Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କେଉଁ ଦେଶରେ କ’ଣ ଦଣ୍ଡ ବ୍ୟବସ୍ଥା ରହିଛି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀକୁ ଭାରତରେ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଭାରତରେ ଥିବା ନିୟମ ଓ ଦଣ୍ଡ ବ୍ୟବସ୍ଥା କଡାକଡି ନଥିବାରୁ ଲୋକମାନେ ନିୟମ ଉଲ୍ଲଙ୍ଘନ କରି ଚାଲିଛନ୍ତି । କିନ୍ତୁ ଦୁନିଆର ଏମିତି କିଛି ଦେଶରେ ଲକଡାଉନ ନିୟମ ଏତେ କଡାକଡି ଯେ ଲୋକମାନେ ନିୟମ ଭାଙ୍ଗିବାକୁ ବିଚାର ମଧ୍ୟ କରିପାରୁ ନାହାଁନ୍ତି ।

ଇଜିପ୍ଟ ସରକାର କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨ ସପ୍ତାହର କର୍ଫୁ୍ୟ ଲଗାଇଛନ୍ତି । ଏହା ସହିତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ୪ହଜାର ଇଜିପ୍ଟ ପାଉଣ୍ଡ( ପାଖାପାଖି ୧୯,୫୯୪ ଟଙ୍କା) ର ଜରିମାନା ବ୍ୟବସ୍ଥା କରିଛନ୍ତି । କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ଇଟାଲୀରେ ନିୟମ ଭାଙ୍ଗି ଘରୁ ବାହାରିଲେ ୩ହଜାର ୟୁରୋ ଅର୍ଥାତ ପାଖାପାଖି ୨.୪୭ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି ।

ସେଭଳି ସ୍ପେନ ସରକାର ୧୪ ମାର୍ଚ୍ଚରୁ ହିଁ ଦେଶର ଲକଡାଉନ ଘୋଷଣା କରିଦେଇଥିଲେ । ଏଠାକାର ଅଧିବାସୀଙ୍କୁ ପ୍ରଥମ ଥର ଘରୁ ବାହାରି ନିୟମ ଭାଙ୍ଗିଲେ ୬୦୧ ୟୁରୋ ଅର୍ଥାତ ପାଖାପାଖି ୫୦ହଜାର ଟଙ୍କା ଜରିମାନା ଦେବାକୁ ପଡିବ । କିନ୍ତୁ ସ୍ପେନ ସରକାର ଏହି ନିୟମକୁ ଆହୁରି କଡାକଡି କରି ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ଜରିମାନା ଭାବେ ୬୦୦ହଜାର ୟୁରୋ(ପାଖାପାଖି ୫କୋଟି ଟଙ୍କା) ଆଦାୟ କରାଯିବ ବୋଲି ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ସ୍ପେନରେ ୩୦ହଜାର ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ଭାରତରେ କିଭଳି ରହିଛି ଦଣ୍ଡବିଧାନ :

ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ଅଧିସୂଚନା ଅଧିନରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ସମୟରେ ନିୟମ ଭାଙ୍ଗିଲେ ଡିଜାଷ୍ଟର ଆକ୍ଟ ଅଧିନରେ ଜରିମାନା ଆଦାୟ କରାଯିବ । ଏହି ନିୟମ ଅଧିନରେ ଗାଡିକୁ ଜବତ କରିବା ଓ କାରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave A Reply

Your email address will not be published.