Latest Odisha News

ଲକ୍‌ଡାଉନ ଡାଏରୀ: ରୋଷେଇ ସାଙ୍ଗକୁ କରୋନା ସମ୍ପର୍କିତ ଗୁଜବ ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଓଡିଶାର ୱାଟରମ୍ୟାନ୍ ରଂଜନ ପଣ୍ଡା

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହୋଇଛି । ଏହି ସମୟରେ ଘରେ ରହୁଥିବାରୁ ଲୋକେ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବା ସହ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଏହି ସମୟରେ କିଏ କଣ କରୁଛନ୍ତି ସେ ନେଇ ଆମର ଏହି ସ୍ୱତନ୍ତ୍ର ସେଗମେଣ୍ଟ ଲକ୍ ଡାଉନ ଡାଏରୀ ।

ଆଜି ଲକ୍ ଡାଉନ ଡାଏରୀରେ ଜାଣିବା କେମିତି ସମୟ କାଟୁଛନ୍ତି ଓଡିଶାର ୱାଟରମ୍ୟାନ୍ ଭାବେ ପରିଚିତ ସାମାଜିକ କର୍ମୀ ରଂଜନ ପଣ୍ଡା । ଲକ୍ ଡାଉନ ସମୟରେ ଲୋକେ ଅଧିକ ସମୟ ସୋସିଆଲ ମିଡିଆରେ ବିତାଉଥିବା ବେଳେ ଫେକ୍ ମେସେଜ ବା ଭ୍ରମାତ୍ମକ ତଥ୍ୟର ପ୍ରସାର ମଧ୍ୟ ବଢିଛି । ଏହାକୁ ସୁଧାରିବାକୁ ଅଣ୍ଟା ଭିଡିଛନ୍ତି ରଞ୍ଜନ । ସାଧାରଣ ଲୋକେ କିଛି ନ ବୁଝି ନ ସୁଝି ଏପରି ମେସେଜ ଫରୱାର୍ଡ କରିଚାଲିଥିବାରୁ ସେ ଭାରି ବ୍ୟଥିତ ଓ ଚିନ୍ତିତ ମଧ୍ୟ ।

ଫେକ୍ ମେସେଜ ଆମ ଇତିହାସ, ବିଜ୍ଞାନ, ସାଧାରଣ ଜ୍ଞାନ ତଥା ଅନ୍ୟାନ୍ୟ ସବୁ ପ୍ରସଙ୍ଗ ପ୍ରସାର ହେଉଥିବା ବେଳେ ଲୋକଙ୍କ ମନ ଉପରେ ଏହାର ଗଭୀର ପ୍ରଭାବ ପଡୁଥିବା କୁହନ୍ତି ରଞ୍ଜନ ।

ଓଡିଶାର ଜଳ ମାନବ ବା ୱାଟରମ୍ୟାନ ଭାବେ ପରିଚିତ ରଂଜନ ଫେକ୍ ମେସେଜ ବା ଭ୍ରମାତ୍ମକ ବାର୍ତ୍ତାକୁ ନେଇ ଲୋକଙ୍କୁ ଯଥାସମ୍ଭବ ସଚେତନ କରିବାକୁ ଏହି ଲକ୍‌ଡାଉନ୍ ସମୟରେ ଉଦ୍ୟମ କରୁଛନ୍ତି ।

ରଂଜନ କୁହନ୍ତି, “କୋଭିଡ୧୯ ସମ୍ପର୍କରେ ହ୍ୱାଟ୍ସଆପରେ ଯେଉଁମାନେ ଫେକ୍ ମେସେଜ ପଠାଇବା ସହ ଅପପ୍ରଚାର ଓ ଭ୍ରମାତ୍ମକ ବାର୍ତ୍ତା ତାଙ୍କୁ ପଠାଉଛନ୍ତି ସେ ସେମାନଙ୍କୁ ଏହା ସମ୍ପର୍କରେ ଅବିରତ ଲେଖି ସତର୍କ କରାଉଛନ୍ତି । ସେମାନଙ୍କୁ ଏହି ମେସେଜ କେଉଁଠୁ ପାଇଲ ତଥା ଏହି ତଥ୍ୟ ସଠିକ୍ କି ନାହିଁ ସେ ନେଇ ପ୍ରଶ୍ନ କରିଥାଏ । ତେବେ ଏସବୁ ଅନ୍ୟ କାହାକୁ ପଠାଇବା ପୂର୍ବରୁ ତଥ୍ୟ ସମ୍ପର୍କରେ ଜାଣିବା ଉଚିତ ବୋଲି ସେମାନଙ୍କୁ ପରାମର୍ଶ ଦେଇଥାଏ ।”

ସୌଭାଗ୍ୟ ଯେ ଆମ ପାଖରେ ଇଣ୍ଟରନେଟର ବ୍ୟବସ୍ଥା ରହିଛି । ଯାହା ସରକାର ତଥା ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଛି ଏବଂ ଏହା ଦ୍ୱାରା ଗରିବଙ୍କୁ ସାହାଯ୍ୟ କରିବାକୁ ସୁବିଧା ହେଉଛି ବୋଲି ରଂଜନ ପଣ୍ଡା କୁହନ୍ତି ।

ରଂଜନ ଓଡିଶାରେ ଚାଲିଥିବା କେତେକ ଜନ ଅଭିଯାନର ଅଂଶ ଅଟନ୍ତି ଯାହା ଜୀବିକା ହରାଇଥିବା ତଥା ସହ ଜନ୍ମମାଟି ଦୂରରେ ରହି ଆବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଲୋକଙ୍କ ଅଧିକାର ପାଇଁ ଲଢେଇ କରିଥାଏ ।

ଲକ୍‌ଡାଉନ୍ ଯୋଗୁଁ ଏବେ ସମ୍ପୂର୍ଣ୍ଣ ଘରେ ରହୁଥିବା ରଂଜନ ନିଜେ ପସନ୍ଦ କରୁଥିବା ରୋଷେଇ କାମଟି କରିପାରୁଥିବା ବହିଛନ୍ତି । ସବୁବେଳେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ରୋଷେଇ କରିପାରୁନଥିବା ବେଳେ ଏବେ ଏଥି ପାଇଁ ଢେର ସମୟ ମିଳିଛି । ଏହାଛଡା ଗଛରେ ପାଣିଦେବା, ପକ୍ଷୀମାନଙ୍କୁ ଖାଇବାକୁ ଦେବା ତଥା ବୁଲା କୁକୁରମାନଙ୍କୁ ଖାଦ୍ୟ ଏବଂ ପାଣି ଦେଉଛନ୍ତି ରଞ୍ଜନ ।

ଜଳ ଏବଂ ଏହାର ସଂରକ୍ଷଣ ତାଙ୍କ ହୃଦୟର ଖୁବ୍ ନିକଟତର ହୋଇଥିବାରୁ ସେ ଏବେ ଏସମ୍ପର୍କରେ ଏକ ଭିଡିଓ ମେସେଜ ସିରିଜ ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ରହିଛି ଜଳ ଅଭିଯାନରେଅଜିର ଯୁବବର୍ଗକୁ ସେ କିପରି ଅଧିକରୁ ଅଧିକ ସାମିଲ କରିପାରିବେ ।

Leave A Reply

Your email address will not be published.