Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ଖେଳାଗଲା କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ

କୀର୍ତିପୁର: ନେପାଳର କୀର୍ତିପୁରର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପଡିଆରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ଖେଳାଯାଇଛି । ମାତ୍ର ୧୭.୨ ଓଭରରେ ଖେଳ ଶେଷ ହେବା ସହ ବିଶ୍ୱରେକର୍ଡ ସ୍ଥାପନ ହୋଇଛି ।

ଆଇସିସି କ୍ରିକେଟ ବିଶ୍ୱକପ ଲିଗ୍‌-୨, ୨୦୧୯-୨୨ ପାଇଁ ନେପାଳ ଓ ଆମେରିକା ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା । ଆମେରିକା ଟିମ୍ ୧୨ ଓଭରରେ ୩୫ ରନ କରି ଅଲଆଉଟ ହୋଇ ଯାଇଥିଲେ । ଜବାବରେ ନେପାଳ ୫.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ନେପାଳର ସନ୍ଦୀପ ଲାମିଛିନ ୧୬ ରନରେ ୬ଟି ଉଇକେଟ ନେଇଥିଲେ ।

ଏହା ପୂର୍ବରୁ ୨୦୦୪ରେ ହରାରେ ଶ୍ରୀଲଙ୍କା ଟିମ୍ ଜିମ୍ବାୱେକୁ ୧୮ ଓଭରରେ ୩୫ ରନରେ ଅଲଆଉଟ କରିଥିଲା । ପରେ ୯.୨ ଓଭରରେ ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.