Latest Odisha News

BREAKING NEWS

ଦାବି ମୁତାବକ ଜଳ ମଳିବା ଜରୁରୀ: ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଛତିଶଗଡରୁ ବାହାରିଛି ସତ ହେଲେ ଏହାର ଅଧିକାଂଶ ଭାଗ ଓଡିଶାରେ ପ୍ରବାହିତ ହେଉଛି । ତେଣୁ ନ୍ୟାର୍ଯ୍ୟ ଦାବି ମୁତାବକ ଓଡିଶାକୁ ମହାନଦୀ ପାଣି ମଳିବା ଆବଶ୍ୟକ ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ମୌସୁମୀ ସମୟରେ ପାଣି ପାଇଁ କୌଣସି ଅସୁବିଧା ହେଉନାହିଁ, କିନ୍ତୁ ଅଣମୌସୁମୀ ସମୟରେ ଓଡିଶାକୁ ଯେତିକି ମହାନଦୀ ଜଳ ମିଳିବା କଥା ତାହା ମିଳୁନାହିଁ । ମଦାନଦୀ ଜଳ ବିବାଦରେ  ଟ୍ରିବ୍ୟୁନାଲ ଆପୋଷ ଆଲୋଚନା କରି ସମାଧାନ କରିବା ପାଇଁ  କହିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିବା ଜଣାପଡୁଛି ବୋଲି ଜଳ ସଂପଦ ମନ୍ତ୍ରୀ କହିଛନ୍ତି ।

ଆଗକୁ ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲ କଣ ନିଷ୍ପତି ନେଉଛନ୍ତି ତାକୁ ରାଜ୍ୟ ସରକାର ଅପେକ୍ଷା କରିଥିବା ରଘୁନନ୍ଦନ ଦାସ କହିଛନ୍ତି । ସେହିଭଳି ମହାନଦୀ ତଳ ମୁଣ୍ଡରେ ବ୍ୟାରେଜ ଓ ରିଜର୍ଭର କରିବା ପାଇଁ କେନ୍ଦ୍ର ଜଳ ଆୟୋଗକୁ ଅନୁମତି ମାଗିଥିବା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.