Latest Odisha News

BREAKING NEWS

ମହାରାଷ୍ଟ୍ରରେ ଜୁଲାଇ ୩୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି

ମହାରାଷ୍ଟ୍ର: ଅନଲକ୍-୧ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଲକଡାଉନ୍ ଅବଧି ବୃଦ୍ଧି କରିଛି ମହାରାଷ୍ଟ୍ର । ଆସନ୍ତା ଜୁଲାଇ ୩୧ ଯାଏଁ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ୍ । ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅଣ-ଅତ୍ୟାବଶ୍ୟକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ଲଗାଇବାକୁ ସରକାର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ।

ତେବେ ଜରୁରୀ ସେବା ଯୋଗାଉଥିବା ସରକାରୀ ବିଭାଗ ଯଥା ସ୍ୱାସ୍ଥ୍ୟ ବିଭାଗ, ପୁଲିସ, ବିପର୍ଯ୍ୟୟ ପରିଚାଳନା ବିଭାଗ, ବ୍ୟାଙ୍କ, ପୌରସଂସ୍ଥା, ପ୍ରଶାସନିକ ଅଫିସ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ କାର୍ଯ୍ୟ ଯଥା ସ୍ୱାସ୍ଥ୍ୟ ସେବା ଆଦିକୁ ଅନୁମତି ଦିଆଯିବ । ଅଣଜରୁରୀ ସରକାରୀ ଅଫିସଗୁଡ଼ିକ ୧୫ ପ୍ରତିଶତ କର୍ମଚାରୀ ବା ୧୫ ଜଣ କର୍ମଚାରୀଙ୍କୁ ନେଇ ଚାଲିପାରିବ । ଘରୋଇ କମ୍ପାନିର ଅଫିସଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.