Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହ ସୁନାରେ ତିଆରି କରିବାକୁ ମହାବୀର ଟ୍ରଷ୍ଟର ପ୍ରସ୍ତାବ

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ହେବା ପରେ ସମସ୍ତଙ୍କ ମନରେ ରାମ ମନ୍ଦିରକୁ ନେଇ ଅନେକ ଆଶା ରହିଛି । ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଭବ୍ୟ ଓ ଦିବ୍ୟ ହେଉ ବୋଲି ଆଶା କରାଯାଉଛି । ରାମ ମନ୍ଦିରର ଗର୍ଭ ଗୃହ ସୁନାରେ ତିଆରି କରିବାର ପ୍ରସ୍ତାବ ସାମନାକୁ ଆସିଛି । ଏହି ପ୍ରସ୍ତାବ ପଟନାର ପ୍ରସିଦ୍ଧ ମହାବୀର ମନ୍ଦିର ତରଫରୁ ଆସିଛି ।

ପଟନାର ମହାବୀର ସ୍ଥାନ ନ୍ୟାସ ସମିତିର ପ୍ରମୁଖ ପୂର୍ବତନ ଆଇପିଏସ ଅଧିକାରୀ ଆଚାର୍ଯ୍ୟ କିଶୋର କୁଣାଲ କହିଛନ୍ତି କି, “ଗର୍ଭ ଗୃହରେ ଲାଗିବାକୁ ଥିବା ସମସ୍ତ ସୁନା ଟ୍ରଷ୍ଟ ତରଫରୁ ଯୋଗାଇ ଦିଆଯିବ । ଏବେ ପ୍ରସ୍ତାବିତ ମନ୍ଦିରର ଗର୍ଭ ଗୃହ କେମିତି ହେବ, ସେନେଇ ଆକଳନ କରାଯାଉଛି । ଯଦି ଏହାର ସୁଯୋଗ ଟ୍ରଷ୍ଟକୁ ମିଳୁଛି, ତେବେ ଆମେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ ।”

ଆଚାର୍ଯ୍ୟ କୁଣାଲଙ୍କ ମୁତାବକ, ଏହି ପ୍ରସ୍ତାବ ଉପରେ ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀଙ୍କ ସହିତ ମଧ୍ୟ ୧୯ ଫେବୃଆରୀରେ ବୈଠକ ବସିବ । ଏହାବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦର ଅଧିକାରୀଙ୍କ ସହ ବି ଆଲୋଚନା ଜାରି ରହିଛି ।

Leave A Reply

Your email address will not be published.