Latest Odisha News

ମନ୍ଦିରରେ ପୂଜକଙ୍କ ନରବଳୀ !

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। କରୋନା ରୋଗ ଭଲ ହେବା ନେଇ ମନ୍ଦିର ଭିତରେ ନରବଳୀ ଦେଲେ ପୂଜକ ।

ମିଳିଥିବା ସୂଚନା ଅନୁସାରେ, ନରସିଂହପୁରର ବନ୍ଧହୁଡା ମା ବ୍ରାହ୍ମଣି ଦେଇ ମନ୍ଦିରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ବିଶ୍ବରୁ କରୋନା ରୋଗ ଭଲ ହେବା ନେଇ ମନ୍ଦିର ମଧ୍ୟରେ ମାଙ୍କ ପାଖରେ ସେ ନରବଳୀ ଚଢାଇଥିବା ସ୍ୱୀକାର କରିଛନ୍ତି । ଏନେଇ ତାଙ୍କୁ ମା’ ସ୍ୱପ୍ନାଦେଶ କରିଥିବା ସେ କହିଛନ୍ତି।

ମନ୍ଦିର ପୂଜକ ଜଣଙ୍କ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଘଟଣା ସ୍ଥଳରୁ ହତ୍ୟା ପାଇଁ ବ୍ୟବହାର କରାଯାଇଥିବା କଟୁରୀ ଜବତ କରିବା ସହ ତନାଘନା ଆରମ୍ଭ କରିଛି।

Leave A Reply

Your email address will not be published.