Latest Odisha News

BREAKING NEWS

ରାୟଗଡ଼ାରେ ପୋଷ୍ଟର୍ ଟାଙ୍ଗି ପୋଲିସକୁ ଧମକ ଦେଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚଟିକଣା ଗ୍ରାମରେ ଶନିବାର ଦିନ ମାଓବାଦୀମାନେ ଧମକପୂର୍ଣ୍ଣ ପୋଷ୍ଟର୍ ଟାଙ୍ଗିଥିବାର ଅଭିଯୋଗ ହୋଇଛି ।

ଏହି ପୋଷ୍ଟର ଗୁଡ଼ିକ ସିପିଆଇ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ସୂଚନା ମିଳିଛି । ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଯେଉଁପରି ଭାବେ ନିୟମଗିରି ଅଞ୍ଚଳରେ ନୀରିହ ଆଦିବାସୀମାନଙ୍କୁ ପୋଲିସ ମାଓବାଦୀ ଭାବେ ଗିରଫ କରୁଛି ତାହାକୁ ତୁରନ୍ତ ବନ୍ଦ କରାଯାଉ ।

ଏପରିକି ଏହି ପୋଷ୍ଟରରେ ଲିଖିତ ରହିଛି ଯେ, ଆନେ୍ଦାଳନ କରି ଜେଲରେ ଥିବା ଆଦିବାସୀ ନେତା ସିକୁନ୍ ସିକ୍କାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ ।

ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ କହିଛନ୍ତି ଯେ, ଯେଉଁମାନେ ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଛନ୍ତି ସେମାନେ ସେହି ସ୍ଥାନକୁ ନିରାପଦ ରଖିବାକୁ ଚେଷ୍ଟା କରନ୍ତୁ ।

ସ୍ଥାନୀୟ ବାସିନ୍ଦା ଏହି ପୋଷ୍ଟର ଲଗାଯାଇଥିବା ପ୍ରଥମେ ଦେଖି ପୋଲିସକୁ ଏସମ୍ପର୍କରେ ଅବଗତ କରିଥିଲେ ।

Leave A Reply

Your email address will not be published.