Latest Odisha News

BREAKING NEWS

ଜ୍ୱାଇଁ ହତ୍ୟାକାରୀ ଶ୍ୱଶୂରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପ୍ରଣୟ ଅନର କିଲିଂର ମୁଖ୍ୟ ଅଭିଯୁକ୍ତ ମାରୁତି ରାଓ ହାଇଦ୍ରାବାଦରେ ଆତ୍ମହତ୍ୟା କରିଛନ୍ତି। ମାରୁତି ରାୟ ଜାମିନ୍ ପାଇବା ପରେ ବାହାରେ ଥିଲେ । ଉଲ୍ଲେଖନୀୟ ଯେ, ୨୩ ବର୍ଷୀୟ ପ୍ରଣୟଙ୍କୁ ସେପ୍ଟେମ୍ବର ୨୦୧୮ରେ ଦିନଦ୍ବିପ୍ରହରେ ହତ୍ୟା କରିଦିଆଯାଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଗିରଫ କରାଯାଇଥିଲା।  ମାରୁତି ରାଓଙ୍କ ଉପରେ ଅଭିଯୋଗ ଥିଲା ସେ ନିଜ ଝିଅର ସ୍ବାମୀ ବା ଜ୍ବାଇଁକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ ।

ପ୍ରଣୟ ନିଜର ଗର୍ଭବତୀ ପତ୍ନୀଙ୍କ ଚେକଅପ୍ ପାଇଁ ହସ୍ପିଟାଲରୁ ବାହାରୁଥିଲେ ଠିକ୍ ସେ ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଉଲ୍ଲେଖନୀୟ ଯେ, ତେଲେଙ୍ଗାନାର ନାଲାଗୋଣ୍ଡାରେ ହୋଇଥିବା ପ୍ରଣୟ ଅନର କିଲିଂ ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଭିତରେ ଝିଅର ବାପା ମାରୁତି ରାଓ, ତାଙ୍କର ଦାଦା ଶ୍ରବଣ ସହିତ ମୋଟ ୭ ଜଣ ଲୋକ ସାମିଲ ଥିଲେ। ତଦନ୍ତ ବେଳେ ଜଣାପଡିଥିଲା ଯେ, ମାରୁତି ନିଜର ଜ୍ବାଇଁକୁ ମାରିବାକୁ ୧ କୋଟି ଟଙ୍କାର ସୁପାରୀ ଦେଇଥିଲେ।

Leave A Reply

Your email address will not be published.