Latest Odisha News

BREAKING NEWS

ତାମିଲନାଡୁର ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୪ମୃତ, ୧୩ ଗୁରୁତର

ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାରେ ଥିବା ନେୟଭେଲି ଥର୍ମାଲ ପାୱାର ପ୍ଲାଂଟର ବୟଲର ବିସ୍ଫୋରଣ ହୋଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣଙକ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ରୁ ଅଧିକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ପ୍ଲାଂଟରେ ଥିବା ଅଗ୍ନି ନିର୍ବାପକ ଟିମ୍ ନିଆଁ ଲିଭା କାମରେ ଲାଗିଛନ୍ତି । କୁଡ୍ଡାଲୋର ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରୁ ପାଖାପାଖି ୧୮୦ କି.ମି. ଦୂର କୁଡ୍ଡାଲୋରରେ ଏନଏଲସି ଇଣ୍ଡିଆ ଲିମିଟେଡ଼ର ପାୱାର୍ ପ୍ଲାଣ୍ଟ୍ ରେ ଘଟିଛି ଏହି ଦୂର୍ଘଟଣା । ପାୱାର୍ ପ୍ଲାଣ୍ଟର ଜଣେ ଅଧିକାରୀଙ୍କ କହିବାନୁସାରେ , ବାୟଲର୍ ଚାଲୁ ନଥିବା ଅବସ୍ଥାରେ ଏଭଳି ଘଟଣା କେମିତି ଘଟିଲା ଏହାର ଯାଞ୍ଚ କରାଯିବ । ଏହାପୂର୍ବରୁ ମେ’ରେ ଏକ ବାୟଲର୍ ଫାଟିବା ଯୋଗୁଁ ୮ ଜଣ ଶ୍ରମିକ ଜିଅନ୍ତା ଜଳି ଯାଇଥିଲେ ।

Leave A Reply

Your email address will not be published.