Latest Odisha News

BREAKING NEWS

ଜିଓ ପ୍ଲାଟଫର୍ମ୍‌ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର/ମୁମ୍ବାଇ: ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍, ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ମିଳିଛି ।

ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆରର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ ।

ଏହା ହେଉଛି ଏସିଆରେ କେକେଆର୍‌ର ସର୍ବବୃହତ ପୁଞ୍ଜିନିବେଶ । ସେହିପରି ଗତ ଏକମାସ ମଧ୍ୟରେ ଫେସବୁକ୍‌, ସିଲଭର ଲେକ୍‌, ଭିସ୍ତା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଂଟିକ୍ ଏବଂ କେକେଆର୍ ଭଳି ବିଶ୍ୱର ବୈଷୟିକ କ୍ଷେତ୍ରର ଅଗ୍ରଣୀ ନିବେଶକାରୀମାନେ ଜିଓ ପ୍ଲାଟଫର୍ମରେ ୭୮,୫୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଘୋଷଣା କରିଛନ୍ତି ।

୧୯୭୬ରେ ପ୍ରତିଷ୍ଠା ଲାଭକ କରିଥିଲା କେକେଆର୍।

ଏହି ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, “ପ୍ରତ୍ୟେକ ଭାରତୀୟଙ୍କୁ ସୁବିଧା ପହଂଚାଇବା ଲକ୍ଷ୍ୟରେ ଭାରତର ଡିଜିଟାଲ ଇକୋସିଷ୍ଟମର ଅଭିବୃଦ୍ଧି ତଥା ପୁନର୍ବିନ୍ୟାସ ଦିଗରେ ଆମର ଯାତ୍ରାରେ କେକେଆର ଭଳି ବିଶ୍ୱର ଅନ୍ୟତମ ଅଗ୍ରଣୀ ଓ ସମ୍ମାନସ୍ପଦ ଆର୍ଥିକ ନିବେଶକାରୀ କେକେଆର୍‌କୁ ଅଂଶୀଦାର ଭାବେ ସ୍ୱାଗତ କରି ମୁଁ ଆନନ୍ଦିତ” ।

କେକେଆରର ସହ-ପ୍ରତିଷ୍ଠାତା ତଥା ସହ-ସିଇଓ ହେନେରୀ କ୍ରାଭିସ୍ କହିଛନ୍ତି, “ଜିଓ ପ୍ଲାଟଫର୍ମ୍‌ସ ଭାରତରେ ଡିଜିଟାଲ୍ ଇକୋସିଷ୍ଟମରେ ଆଣୁଥିବା ବୈପ୍ଳବିକ ପରିବର୍ତ୍ତନ ସାରା ବିଶ୍ୱରେ ଅନନ୍ୟ ଏବଂ ବିଶ୍ୱସ୍ତରରେ ଗୋଟିଏ ଦେଶର ଡିଜିଟାଲ୍ ବ୍ୟବସ୍ଥାରେ ଏଭଳି ପୁନର୍ବିନ୍ୟାସ କ୍ଷମତା ଖୁବ୍ କମ୍ କମ୍ପାନୀଙ୍କ ପାଖରେ ରହିଛି” ।

Leave A Reply

Your email address will not be published.