ନୂଆଦିଲ୍ଲୀ: ହାପିନେସ୍ କ୍ଲାସ୍ରେ ପିଲାଙ୍କ ମନ ଜିଣିଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ତାଙ୍କ ସହ ନାଚ ଗୀତରେ ହେଲେ ସାମିଲ । ପିଲାଙ୍କ ସହ ହାତ ମିଳାଇ ଖୁସି ବାଂଟିଲେ । । ଆଜି ଆମେରିକାର ଫାଷ୍ଟ ଲେଡି ଦିଲ୍ଲୀର ସରକାରୀ ସ୍କୁଲରେ ହାପିନେସ୍ କ୍ଲାସରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଭାରତ ଆସି ମୁଁ ବହୁତ ଖୁସି । ପୁରା ବିଶ୍ୱରେ ଏଭଳି କାର୍ଯ୍ୟକ୍ରମ ହେବା ଉଚିତ । ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ । ଏଠାକୁ ଆସି ମୁଁ ବହୁତ ଖୁସି ବୋଲି କହିଛନ୍ତି । ଏଥିସହ ଏହି ଭାରତ ଗସ୍ତ ମୋର ସର୍ବଦା ମନେ ରହିବ ବୋଲି କହିଛନ୍ତି ମେଲାନିଆ ।
Delhi: First Lady of the United States, Melania Trump leaves from Sarvodaya Co-Ed Senior Secondary School in Nanakpura, after meeting and interacting with the students there. pic.twitter.com/yef4r0Duy1
— ANI (@ANI) February 25, 2020
ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରରଙ୍କ ଆଜି ଦ୍ୱିତୀୟ ଦିନ । ଆଜି ଆମେରିକାର ଫାଷ୍ଟ ଲେଡି ଦିଲ୍ଲୀର ସରକାରୀ ସ୍କୁଲରେ ହାପିନେସ୍ କ୍ଲାସରେ ଯୋଗ ଦେଇଥିଲେ । ସେଠାରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଫୁଲ, ଚନ୍ଦନ ଓ ଟିକା ଲାଗଇ ଆଳତି କରି କୁନି କୁନି ପିଲାମାନେ ତାଙ୍କୁ ସ୍କୁଲ ଭିତରକୁ ପାଛୋଟି ନେଇଥିଲେ । ସେଠାରେ ସେ ପିଲାଙ୍କ ସହ ହାପିନେସ୍ କ୍ଲାସରେ ଯୋଗ ଦେଇଥିଲେ । ମେଲାନିଆଙ୍କ ଗସ୍ତକୁ ଧ୍ୟାନରେ ରଖି ସ୍କୁଲକୁ ଖୁବ ସୁନ୍ଦର ଢ଼ଙ୍ଗରେ ସଜେଇ ଦିଆଯାଇଥିଲା । କ୍ଲାସରୁମରେ ଅତି ସୁନ୍ଦର ଭାବେ ଲେଖାହୋଇଥିଲା ୱେଲକମ୍ ଫାଷ୍ଟଲେଡ଼ି ।