Latest Odisha News

BREAKING NEWS

କ୍ୱାରେଂଟିନ ନିୟମ ଭାଙ୍ଗିଲେ ଗିରଫ ହେବେ: ସରକାର

ଭୁବନେଶ୍ୱର: ଏଣିକି କ୍ୱାରେଂଟିନ୍ ନିୟମ ଭାଙ୍ଗିଲେ ଆଉ ତ୍ରାହି ନାହିଁ । କଟକଣା ଉଲ୍ଲଂଘନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ନିୟମ ଭଙ୍ଗକାରୀଙ୍କୁ ଗିରଫ କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସେ କହିଛନ୍ତି, ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଫେରିଥିବା କିଛି ପ୍ରବାସୀ ଓଡ଼ିଆ ସଂଙ୍ଗରୋଧ ନିୟମ ଉଲ୍ଲଂଘନ କରୁଛନ୍ତି । ତେଣୁ ସେମାନଙ୍କ ବିରୋଧରେ ସରକାର କଠୋର ପଦକ୍ଷେପ ନେବେ । ସେମାନଙ୍କ କ୍ୱାରେଂଟିନ ଅବଧି ବଢ଼ାଯିବ । ନିୟମ ଉଲ୍ଲଂଘନକାରୀଙ୍କୁ ଅଲଗା ଜିଲ୍ଲାରେ କ୍ୱାରେଂଟିନ୍‌ରେ ରଖାଯିବ । ଏପରିକି କ୍ୱାରେଂଟିନ ସେଂଟରରୁ ଫେରାର ହେଲେ ଗିରଫ ମଧ୍ୟ କରାଯିବ ।ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ୨ ହଜାର ଟଙ୍କା ସହାୟତା ମଧ୍ୟ ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.