Latest Odisha News

ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ରକ୍ତଦାନ କଲେ ବିଧାୟକ

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ତଥା ‘ଓଡିଶା ମୋ-ପରିବାର’ର ଇନଚାର୍ଜ ଥିବା ବିକ୍ରମ କୁମାର ପଣ୍ଡା ରକ୍ତ ଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ରକ୍ତ ଦାନ କରିଛନ୍ତି। କାହିଁକିନା ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଧିରେଧିରେ ରକ୍ତର ଅଭାବ ଦେଖାଦେଉଛି।

କରୋନା ମହାମାରୀ ସମୟରେ ବ୍ଲଡ ଷ୍ଟକର ଅଭାବ ଦେଖା ଯିବାର ସମ୍ଭାବନା ଥିବାରୁ ବିଧାୟକ ନିଜେ ରକ୍ତ ଦାନ ପାଇଁ ଆଗେଇ ଆସିବା ସହ ଅନ୍ୟ ମାନଙ୍କୁ ରକ୍ତ ଦାନ ଲାଗି ଉତ୍ସାହିତ ମଧ୍ୟ କରିଛନ୍ତି।

ନିକଟରେ ରକ୍ତ ସମସ୍ୟାର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ମଧ୍ୟ ରକ୍ତ ଦାନ କରିବାକୁ ନିବେଦନ କରିଥିଲେ।

ରକ୍ତ ଦାନ କରିଥିବା ବିକ୍ରମ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କୁ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ରକ୍ତ ଦାନ କରିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଲୋକମାନେ ସେମାନଙ୍କ ସୁବିଧା ଅନୁଯାୟୀ ରକ୍ତ ଦାନ କରିବାକୁ ବ୍ଲଡ ବ୍ୟାଙ୍କକୁ ଆସିବା ଜରୁରୀ ବୋଲି ବିକ୍ରମ କହିଛନ୍ତି।

Leave A Reply

Your email address will not be published.