Latest Odisha News

BREAKING NEWS

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡିବ ମୋ ବସ୍

ଭୁବନେଶ୍ୱର: ଲକଡାଉନ ଯୋଗୁଁ ବାହାର ରାଜ୍ୟ ଅଥବା ଦେଶରେ ଫସି ରହିଥିବା ଅନେକ ପ୍ରବାସୀ ଓଡ଼ିଆ ଟ୍ରେନ୍‌ ଓ ବିମାନ ଯୋଗେ ଓଡ଼ିଶା ଫେରୁଛନ୍ତି । ଏହି ପ୍ରବାସୀ ମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ବିଭିନ୍ନ କାରଣରୁ ଘରୋଇ ବସ୍‌ ଚଳାଚଳ ସମସ୍ୟା ଥିବାରୁ ବିଏମ୍‌ସି ପକ୍ଷରୁ ଯାତ୍ରୀଙ୍କ ଗମନାଗମନରେ ସୁବିଧା ପାଇଁ ମୋ ବସ୍‌ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କେଉଁଠୁ କେଉଁଠିକୁ ଚାଲିବ ଏହି ବସ:

ତେବେ ଏହି ବସ୍‌ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଭିତରେ ଯାତ୍ରା କରିବ ବୋଲି ସୂଚନା ମିଳିଛି । ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ସେହିଭଳି ବସ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ନିମନ୍ତେ ପ୍ରତ୍ୟେକ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟାକୁ ମଧ୍ୟ କମ୍‌ ରଖାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଏହି ବସ୍‌ ଗୁଡ଼ିକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରୁ ଦିଲ୍ଲୀରୁ ଫେରୁଥିବା ଯାତ୍ରୀଙ୍କ ସମେତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚାଇବ ।

ବସ୍‌ ଚଳାଚଳ ପୂର୍ବରୁ ସମସ୍ତ ବସ୍‌ଗୁଡିକୁ ସାନିଟାଇଜ୍‌ କରାଯାଇଛି ।

Leave A Reply

Your email address will not be published.