Latest Odisha News

BREAKING NEWS

ଜାଣନ୍ତୁ, ମୋବାଇଲ୍ ପରାମର୍ଶରେ କଳାହାଣ୍ଡିର ଏହି ଚାଷୀ କିପରି ପ୍ରଚୁର ଚାଷ ଅମଳ କଲେ !

କଳାହାଣ୍ଡି: ଆଜିକାଲି ‘ହାଇ-ଟେକ୍’ କୁ ପାଥେୟ କରି ସବୁକିଛି ପାଇହେଉଛି, ସେମିତି ଚାଷରେ ‘ହାଇ-ଟେକ୍’ର କାହିଁକି ଉପଯୋଗ ହୋଇ ନ’ପାରିବ? ଏବେ ଅପ୍ରତ୍ୟାଶିତ ପାଣିପାଗ ହେଉ ଅବା ଅଚାନକ ଜଳବାୟୁରେ ପରିବର୍ତ୍ତନ ଏସବୁ ଚାଷ ଲାଗି ପ୍ରତିବନ୍ଧକ ସାଜିଛି । ଏହା ଏବେ ଚାଷୀଙ୍କ ସମ୍ମୁଖରେ ଏକ ସମସ୍ୟା ଭାବେ ଛିଡ଼ାହୋଇଛି । ମାତ୍ର ‘ହାଇ-ଟେକ୍’ ପଦ୍ଧତିର ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ ଆଜି ଏହି ସମସ୍ୟା ଚାଷୀମାନେ ଦୂର କରି ଭଲ ଅମଳ ମଧ୍ୟ କରିପାରୁଛନ୍ତି ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଡ଼ାହଲ ଗ୍ରାମର ସଫଳ ଚାଷୀ ଅଜିତ କୁମାର ନାୟକ । ଯିଏକି ଏହି ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଏବେ ଅଧିକ ଉପାର୍ଜନ କରିପାରୁଥିବା ଜଣେ ସଫଳ ଚାଷୀ ହୋଇପାରିଛନ୍ତି ।

ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରୁ ମାତ୍ର ୩୦ କିଲୋମିଟରର ଦୂରରେ ଅବସ୍ଥିତ ଅଜିତଙ୍କ ଗାଆଁ ଡ଼ାହଲ । ଏହି ଗ୍ରାମର ଅଧିକାଂଶ ବାସିନ୍ଦା ଚାଷକାର୍ଯ୍ୟରେ ନିର୍ଭର କରିଥାଆନ୍ତି । ଗ୍ରାମବାସୀମାନେ ଧାନଚାଷ, କପା, ପିଆଜ ଓ ଟମାଟୋ ପ୍ରଭୃତି ଚାଷ କରିଥାଆନ୍ତି । ଗ୍ରାମର ଅଧିକାଂଶ ଚାଷୀ ଅଧିକ ପାଠ ପଢି ନଥିବାରୁ ତଥା ସ୍ୱଳ୍ପ ଉପାର୍ଜନ ଥିବା ଯୋଗୁଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରନ୍ତି ନାହିଁ । ଏହା ବ୍ୟତୀତ ଏହି ସାଧାରଣ ଚାଷୀମାନେ ପାଣିପାଗର ସୂଚନା ସହଜରେ ପାଇପାରନ୍ତି ନାହିଁ । ଏହାବ୍ୟତୀତ ବିଭିନ୍ନ କୃଷି ଭିତ୍ତିକ ପରାମର୍ଶ, ସାରର ଉପଯୋଗ ତଥା ସବୁଜ ସାର ଖତ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ କରିବାର ସୁଯୋଗ ପାଇନଥାନ୍ତି । ପୂର୍ବପରି ପାରମ୍ପରିକ ଚାଷ କରି ଯାହା ଦି’ପଇସା ଆୟରେ ଗୁଜୁରାଣ ମେଣ୍ଟାଇଥାଆନ୍ତି ।

ମାତ୍ର, ନଭେମ୍ବର ୨୦୧୪ରେ ଏହି ଗ୍ରାମବାସୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଲା । ଯେମିତିକି ଡ଼ାହଲ ଗାଁ’ର ଚାଷୀ ଅଜିତ ରିଲାଏନ୍ସ ଫାଉଣ୍ଡେସନ ସର୍ଭିସ (ଆରଏଫଆଇଏସ) ଏବଂ ରିଜିଓନାଲ୍ ରିସର୍ଚ୍ଚ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ (ଆରଆରଟିଟିଏସ – ଭବାନୀପାଟଣା) ସହିତ ସମ୍ପର୍କ ରକ୍ଷା କରିବା ସହିତ ଏହା ମାଧ୍ୟମରେ ଧାନଚାଷ, ପିଆଜ ଏବଂ ଟମାଟୋ ଚାଷ ବାବଦରେ ମୋବାଇଲ୍ ଅଡ଼ିଓ ପରାମର୍ଶ ପାଇପାରିଲେ ।

ରିଲାଏନ୍ସ ଫାଉଣ୍ଡେସନ ସର୍ଭିସ (ଆରଏଫଆଇଏସ) ଏବଂ ରିଜିଓନାଲ୍ ରିସର୍ଚ୍ଚ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ (ଆରଆରଟିଟିଏସ – ଭବାନୀପାଟଣା) ସହିତ ସମ୍ପର୍କ ରକ୍ଷା କରିବା ପରେ ପାଣିପାଗ ପୂର୍ବାନୁମାନ ସୂଚନା ଏବଂ କୃଷି ସମ୍ପର୍କୀତ ଅନେକ ଉପାଦେୟ ପରାମର୍ଶ ପାଇପାରିଲେ । ସେ ଚାଷରେ ଉନ୍ନତି କରିବା ପରେ ନିଜ ଗ୍ରାମର ଅନ୍ୟ ୨୫ ଜଣ ଚାଷୀଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୃକ୍ତ କଲେ ।

ଆରଏଫଆଇଏସ ପକ୍ଷରୁ ମୋବାଇଲ୍ ମାଧ୍ୟମରେ ପରାମର୍ଶ ପାଇବା ପରେ ଗାଁରେ ସବୁ ଚାଷୀମାନଙ୍କର ବୈଠକ ବସି ଏସମ୍ପର୍କରେ ଆଲୋଚନା କରୁଥିଲେ । ଚାଷୀମାନେ ପରସ୍ପର ମଧ୍ୟରେ ଚାଷ ସମ୍ପର୍କୀତ ଜ୍ଞାନ କୌଶଳ ବିଚାର ତର୍ଜମା କରି ଆଲୋଚନା କରୁଥିଲେ ।

ନିଜ ଗାଁ ଚାଷୀଭାଇମାନଙ୍କ ବ୍ୟତୀତ ଏହାପରେ ଅଜିତ ଆଖପାଖ ଗ୍ରାମର ଆହୁରି ୪୦ ଜଣ ଚାଷୀଙ୍କୁ ରିଲାଏନ୍ସ ଫାଉଣ୍ଡେସନ ସର୍ଭିସ (ଆରଏଫଆଇଏସ) ଏବଂ ରିଜିଓନାଲ୍ ରିସର୍ଚ୍ଚ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ (ଆରଆରଟିଟିଏସ – ଭବାନୀପାଟଣା) ସହିତ ଅନ୍ତର୍ଭୃକ୍ତ କରିଥିଲେ । ତାଙ୍କ ପାଖ ଗାଁ’ ଚେଲିଆମୋହଲ, ସିଙ୍ଗାରି ବାହଲ, ନୂଆପଡ଼ା, ଲାଖଗୁଡ଼ା ଏବଂ ଗୋରିଙ୍ଗତଡ଼ର ଗ୍ରାମର ଅନେକ ଚାଷୀ ଏହି ଫାଉଣ୍ଡେସନ ପକ୍ଷରୁ କୃଷି ପରାମର୍ଶ ଗ୍ରହଣ କରିବାକୁ ଲାଗିଲେ ।

ଏହି ସମସ୍ତ ଚାଷୀମାନେ ପ୍ରଳୟଙ୍କରୀ ହୁଡ଼ହୁଡ଼ ବାତ୍ୟା ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଯଥେଷ୍ଟ ପୂର୍ବରୁ ଆଗୁଆ ପାଣିପାଗ ସୂଚନା ପାଇ ନିଜ ଚାଷ ଲାଗି ସତର୍କତା ଅବଲମ୍ବନ କରି ସଫଳ ମଧ୍ୟ ହୋଇଥିଲେ । ଏହାବ୍ୟତୀତ ଏହି ସମସ୍ତ ଚାଷୀମାନେ ଉତ୍ତମ ସାର, ସାରର ଉପଯୋଗ, କୀଟନାଶକ ଏବଂ ଏହାର ସଦୁପଯୋଗ ସମ୍ପର୍କରେ ଉଚିତ୍ ପରାମର୍ଶ ପାଇବା ପରେ ଏବେ ଭଲ ଚାଷ କରିବା ସହିତ ଅଧିକରୁ ଅଧିକ ଅମଳ କରି ପ୍ରଚୁର ଉପାର୍ଜନ କରିପାରୁଛନ୍ତି ।

Leave A Reply

Your email address will not be published.