Latest Odisha News

BREAKING NEWS

ଆସନ୍ତା କାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ମୌସୁମୀ ବର୍ଷା ଅଧିବେଶନ । ଏହା ଆସନ୍ତା ୨୦ ତାରିଖ ଯାଏ ଚାଲିବ ।

ଏହି ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ସଜବାଜ ହେଉଛନ୍ତି ଉଭୟ ବିରୋଧି ଦଳ । ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ବିରୋଧ ତଥା ପିସି କାରବାର ସହ କେନ୍ଦ୍ରୀୟ ଯୋଜନା ହଡପ ଆଦିକୁ ନେଇ ଶାସକ ଦଳକୁ ଘେରିବେ ବିରୋଧି ଦଳ ।

“ଏଥିସହିତ ଲୋକାୟୁକ୍ତ ଆଇନ କାର୍ଯକାରିତାରେ ଶିଥିଳତା, ଆମ ଗାଁ ଆମ ବିକାଶ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି ଏବଂ ଡାକ୍ତର ଓ ଶିକ୍ଷକଙ୍କ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ” ବୋଲି କହିଛନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର ।

ଅନ୍ୟପକ୍ଷରେ ବିରୋଧି ଦଳଙ୍କୁ କାଉଣ୍ଟର କରିବା ପାଇଁ ଶାସକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଲାଣି । ମହାନଦୀ ଓ ପୋଲାଭରମ୍ ବିବାଦ ପ୍ରସଙ୍ଗ, କେନ୍ଦ୍ରୀୟ ଅନୁଦାନ ହ୍ରାସ ତଥା ଅବହେଳା କଥା ଉଠାଇବା ସହିତ ବହୁ ଚର୍ଚ୍ଚିତ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପକୁ ପାରିତ କରିବା ପାଇଁ ଶାସକ ଦଳ ଫୋକସରେ ରହିବ ।

ଅନ୍ୟପକ୍ଷରେ “ରାଜ୍ୟର ସ୍ୱାର୍ଥ ପାଇଁ ବିରୋଧି ଯେଉଁ ପ୍ରସଙ୍ଗ ଉଠାଇବେ ତାର ମୁକାବିଲା କରିବାକୁ ସରକାର ପୂରାପୂରି ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି”- ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ତେବେ ଏହି ମୌସୁମୀ ଅଧିବେଶନରେ ୧୧ଟି କାର୍ଯ୍ୟଦିବସ ରହିଥିବାବେଳେ ୬ଟି ବିଲ ଆସିବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ । ଏହି କାରଣରୁ ଅତିରିକ୍ତ ବଜେଟ୍ ୪ ତାରିଖ ବଦଳରେ ୫ରେ ଉପସ୍ଥାପନ ହେବା ନେଇ ଜଣାପଡିଛି ।

Leave A Reply

Your email address will not be published.