Latest Odisha News

BREAKING NEWS

ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ମୌସୁମୀ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଓଡ଼ିଶାର ୯ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି । ରାଜ୍ୟର ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, ପୁରୀ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଗଜପତି ଓ ମାଲକାନଗିରି ଜିଲ୍ଲାମାନଙ୍କରେ ପ୍ରବଳ ବୃଷ୍ଟିପାତ ହୋଇଥିବାର ସୂଚନା ମିଳିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଅଧିନରେ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ତରଫରୁ ସତର୍କ କରାଯାଇଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାମାନଙ୍କରେ ମୌସୁମୀ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତରାଞ୍ଚଳରେ ରହିଥିବା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ତହସିଲ ଅନ୍ତର୍ଗତ କୁକୁଡ଼ାପଦା ଗ୍ରାମର ତ୍ରିବେଣୀ ସିଂହ ନାମକ ଜନୈକା ମହିଳାଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।

ସୂଚନାଯୋଗ୍ୟ ଶୁକ୍ରବାର ଦିନ ମୌସୁମୀ ବର୍ଷାର ପ୍ରାରମ୍ଭରେ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ନବରଙ୍ଗପୁର ଓ ପୁରୀ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୧ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା । ତେବେ ଦୁଇଦିନ ପୂର୍ବରୁ ମୌସୁମୀ ବୃଷ୍ଟିପାତ ରାଜ୍ୟରେ ଅନୁଭୂତ ହୋଇଥିବାରୁ ଅସହ୍ୟ ଗରମ ସହିତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.