Latest Odisha News

BREAKING NEWS

ମୁଗ ଡାଲି ପରଟା

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ପରଟା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ :

ମୁଗ ଡାଲି – ୧କପ୍, ଅଟା – ୨କପ୍, ଲୁଣ – ସ୍ବାଦାନୁସାରେ, କଞ୍ଚା ଲଙ୍କା – ୨ଟିଜିରା – ସାମାନ୍ୟ ତେଲ କିମ୍ବା ଘିଅ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ମୁଗ ଡାଲିକୁ ଭାଜି ଦିଅନ୍ତୁ। ତାପରେ ଏକ ପାତ୍ରରେ ଅଟା ନିଅନ୍ତୁ। ସେଥିରେ ଡାଲି, ଜିରା, ଲୁଣ, କଟା କଞ୍ଚା ଲଙ୍କା, ଏକ ଚାମଚ ତେଲ ପକାନ୍ତୁ। ତାପରେ ସେଥିରେ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଭଲ ଭାବେ ମିଶ୍ରଣ ଚକଟି ହୋଇଗଲା ପରେ ତାକୁ ୨୦ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ଗ୍ୟାସରେ ତାୱା ଗରମ କରନ୍ତୁ। ତାୱା ଗରମ ହେବା ଭିତରେ ମିଶ୍ରଣକୁ ଆଣି ଛୋଟ ଛୋଟ ବଲ କରନ୍ତୁ। ତାହାକୁ ରୁଟି ଆକୃତିର ବେଲି ଦିଅନ୍ତୁ। ତାୱା ଗରମ ହେଲା ପରେ ସେଥିରେ ଘିଅ କିମ୍ବା ତେଲ ଲଗାନ୍ତୁ। ତାପରେ ସେଥିରେ ବେଲି ଥିବା ପରଟାକୁ ପକାନ୍ତୁ। ସେଥିରେ ଘିଅ ମାରି କିଛି ସମୟ ଏପଟସେପଟ କରନ୍ତୁ। ପରଟା ଭଲ ଭାବେ ତାକୁ କାଢି ଏକ ପ୍ଲେଟରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମୁଗ ଡାଲି ପରଟା। ଏହାକୁ ଆପଣ ଦହି, ଚଟଣୀ, ଆଚାର କିମ୍ବା ଯେକୌଣସି ସସ୍ ସହ ଖାଇପାରିବେ।

Leave A Reply

Your email address will not be published.